ଭାରତ

ମୋଦି ସରନେମ୍ ମାମଲାରେ ରାହୁଲଙ୍କୁ ପାଟନା ହାଇକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପାଟନା ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି । ମୋଦି ସରନେମ୍ ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ପାଟନା ହାଇକୋର୍ଟ ତାଙ୍କ ବିରୋଧରେ ନିମ୍ନ ଅଦାଲତର ଶୁଣାଣି ପ୍ରକ୍ରିୟା ଉପରେ ରୋକ୍ ଲଗାଇ ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ଆଉ ହାଜର ହେବା ପାଇଁ ବିହାର ଆସିବାକୁ ପଡିବ ନାହିଁ। ପାଟନା ହାଇକୋର୍ଟଙ୍କ ଜଷ୍ଟିସ ସନ୍ଦୀପ କୁମାରଙ୍କ ଏକକ ପୀଠ ସୋମବାର ଏହି ମାମଲାର ଶୁଣାଣି କରି ଆସନ୍ତା ମେ’ ୧୬ କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ୟ୍ୟ କରିଛନ୍ତି। ମୋଦି ସାଙ୍ଗିଆ ମାମଲା ନେଇ ବିଜେପି ନେତା ସୁଶୀଲ କୁମାର ମୋଦି ପିଟିସନ ଦାଏର କରିଥିଲେ ।
୨୦୧୯ ଏପ୍ରିଲରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ପରେ ରାହୁଲଙ୍କ ବିରୋଧରେ ଦାୟର ହୋଇଥିଲା ମାନହାନି ମାମଲା । ସୁରଟର ସିଜେଏମ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ପରେ ରାହୁଲଙ୍କ ସାଂସଦ ସଦସ୍ୟତା ରଦ୍ଦ କରିଥିଲେ ଲୋକସଭା ବାଚସ୍ପତି । ସିଜେଏମ କୋର୍ଟଙ୍କ ରାୟକୁ ସୁରଟର ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ । ରାୟ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ରାହୁଲ ।

 

Related posts

 ପଞ୍ଜାବରେ ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି 

mahabharatanews

ବଙ୍ଗଳା ଖାଲି କରିବେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା

mahabharatanews

ଭୂମିକମ୍ପରେ ଥରିଲା ଗୁଜରାଟ,ରିକ୍ଟର ସ୍କେଲରେ ତୀବ୍ରତା ୩.୫

mahabharatanews