ଓଡିଶା

ଉଦଘାଟିତ ହେଲା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ 

(ଭୁବନେଶ୍ୱର) : ଉଦଘାଟିତ ହେଲା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ 5 ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଅଛନ୍ତି ।

ସୂଚନାନୁଯାୟୀ , ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଜିଠୁ ଆରମ୍ଭ ହେଉଛି ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ ୧୭ଟି ଅଧିବେଶନ ରହିଛି । ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ୱତନ୍ତ୍ର ଅଧିବେଶନ କରାଯାଉଛି । ଏଥିରେ ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ ଯୋଗଦେଇ ସେମାନଙ୍କର ମତ ରଖିବେ । ସମସ୍ତଙ୍କ ମତକୁ ଆଧାର କରି ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରିବେ ରାଜ୍ୟ ସରକାର । ସମ୍ବଲପୁର ଯାଏଁ ସମ୍ପ୍ରସାରଣ ହେବ ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ପ୍ରସ୍ତୁତ କରାଯାଇଛି । ସାରା ରାଜ୍ୟରେ ଲୋକ ଏହାର ସିଧା ପ୍ରସାରଣ ଦେଖିପାରିବେ । ପଞ୍ଚାୟତ ଓ ପୌରାଞ୍ଚଳରେ ଏନେଇ ବ୍ୟବସ୍ଥା ମଧ୍ୟ ହୋଇଛି । ସ୍ଵଂୟ ସହାୟକ ମହିଳା ଏଥିରେ ସାମିଲ ହୋଇଛନ୍ତି ।

Related posts

ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

mahabharatanews

୧୫ ପରେ ରାଜ୍ୟରେ ଆରମ୍ଭ ହେବ ଗର୍ଭବତୀଙ୍କ ଟୀକାକରଣ

mahabharatanews

ପ୍ରକାଶ ପାଇଲା ଯୁକ୍ତ ତିନି ନାମ ଲେଖା

mahabharatanews