ଭାରତ

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ

(ପଞ୍ଜାବ) : ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡିଗଡ଼ ପ୍ରଶାସକ ବନୱାରୀଲାଲ ପୁରୋହିତ । ସେ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରରେ ସେ ଏହି ପଦ ଛାଡିବା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ବନୱାରିଲାଲ ପୁରୋହିତ ଅଗଷ୍ଟ ୨୦୨୧ରେ ପଞ୍ଜାବର ରାଜ୍ୟପାଳ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ।

ସୂଚନାନୁଯାୟୀ , ସେ ୨୦୧୭ରୁ ୨୦୨୧ପର୍ଯ୍ୟନ୍ତ ତାମିଲନାଡୁର ରାଜ୍ୟପାଳ ଥିଲେ। ଏହାପୂର୍ବରୁ ସେ ୨୦୧୬ ରୁ ୨୦୧୭ ପର୍ଯ୍ୟନ୍ତ ଆସାମର ରାଜ୍ୟପାଳ ଥିଲେ। ପୁରୋହିତ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ସେ ନାଗପୁରରୁ ତିନିଥର ସାଂସଦ ହୋଇଛନ୍ତି। ପୁରୋହିତ 16 ଏପ୍ରିଲ ୧୯୪୦ରେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ଅକ୍ଟୋବରରେ ସେ ପଞ୍ଜାବ ବିଧାନସଭାର ଦୁଇ ଦିନିଆ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ତିନୋଟି ବିଲ୍ ଅନୁମୋଦନ କରିବାକୁ ମନା କରିଦେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ଆମ୍ ଆଦମୀ ପାର୍ଟି ତାଙ୍କୁ ବିରୋଧ କରିଥିଲେ।

Related posts

ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨

mahabharatanews

ଏଣିକି ବସ୍‌ରେ ମାଗଣା ଯାତ୍ରା କରିପାରିବେ କିନ୍ନର  

mahabharatanews

ବନ୍ଦ ହେଲା ଦିଲ୍ଲୀ ସ୍ଥିତ ଆଫାଗାନିସ୍ଥାନ ଦୂତାବାସ

mahabharatanews