ଭାରତ

ଆଜି ମୋଦୀଙ୍କୁ ଭେଟିବେ ନୀତୀଶ କୁମାର 

(ବିହାର) : ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏହି ଦୁଇ ଦିନିଆ ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିବେ ।  ଏହି ସାକ୍ଷାତରେ ଲୋକସଭା ନିର୍ବାଚନ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରାଯିବ।

ସୂଚନାନୁଯାୟୀ , ଗତ ଜାନୁୟାରୀ ୨୮ରେ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁ ଏନଡିଏର ଏକ ଅଂଶ ହୋଇଥିଲା, ଏହା ପରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଆଜି । ବିହାରରେ ନୂଆ ଏନଡିଏ ସରକାରର ନେତୃତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନୀତୀଶ କୁମାରଙ୍କ ଏହା ପ୍ରଥମ ସାକ୍ଷାତ ହେବ। ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ମଧ୍ୟ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଜାନୁଆରୀ ୨୮ରେ, ବିଜେପି ସହିତ ମିଶି ନୀତୀଶ ଥରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଏହି ବିଷୟରେ ଆଲୋଚନା କରିବା ମଧ୍ୟ ହୋଇପାରେ । ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ନୀତୀଶ କୁମାର ଜେଡିଏର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଛନ୍ତି।

Related posts

ଅଭିଷେକ ବାନାର୍ଜୀଙ୍କ ଘର ବାହାରୁ ଆତଙ୍କବାଦୀ ଗିରଫ

mahabharatanews

ଭାରତୀୟ ବିଏସଏଫ୍ ହାତରେ ଲାଗିଲା ପାକିସ୍ତାନ ଡ୍ରୋନ

mahabharatanews

ହଠାତ୍ ଜଳ ସ୍ତରର ବୃଦ୍ଧି ହେବାରୁ ଗଙ୍ଗାରେ ବୁଡିଗଲେ ୬ ନାବାଳକ, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

mahabharatanews