ଓଡିଶା

ଗୃହ ନଚାଲିବା ନେଇ ବାଚସ୍ପତିଙ୍କୁ ଦୋଷ ଦେଲେ ନରସିଂହ ମିଶ୍ର

(ଭୁବନେଶ୍ୱର) : ଗୃହ ନଚାଲିବା ନେଇ ବାଚସ୍ପତିଙ୍କୁ ଦୋଷ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତି ଚାହିଁଥିଲେ ଗୃହ ବାରମ୍ବାର ମୁଲତବୀ ନକରି ବୈଠକ ଡାକି ଆଲୋଚନା କରି ନିଷ୍କର୍ଷ ବାହାର କରି   ଗୃହ ଚାଲି ପାରିଥାନ୍ତା ।  ବିଜେପି ଠିକ୍ ପ୍ରସଙ୍ଗ ଉଠାଇଛି । ଅର୍ପଣ ଚାଉଳ କେତେ  ଆସିଲା, କେତେ ଟଙ୍କା ଆସିଲା କାହା ପାଖରେ ହିସାବ ନାହିଁ । ଏପରିକି ଯାଞ୍ଚ କମିଟି ସ୍ପଷ୍ଟ କଲା ଯେ ଉଷୁନ ଚାଉଳ ମିଶିଛି । ଏହା ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ପରୀ ପ୍ରସଙ୍ଗ ଆଜି  ଉଠାଇବାର କିଛି ଆବଶ୍ୟକ ନଥିଲା । କଂଗ୍ରେସ ଦାବି କରିଥିଲା  ହାଇକୋର୍ଟ ମନିଟରିଂରେ କମିଟି ଗଠନ ପାଇଁ, କଂଗ୍ରେସ ଏସଆଇଟି ତଦନ୍ତ ଦାବି କରିଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Related posts

ମୁମୂର୍ଷୁ ଅବସ୍ଥାରେ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଉଦ୍ଧାର

mahabharatanews

ପେଣ୍ଠକଟାର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

mahabharatanews

୪ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର

mahabharatanews