ଭାରତ

ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି

(ଦିଲ୍ଲୀ) :  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ମେଟ୍ରୋରେ ଯାତ୍ରା କରୁଥିବା ରାଷ୍ଟ୍ରପତିଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସିଟରେ ବସିଥିବା ସମୟରେ ହସୁଥିବା ନଜର ଆସିଛନ୍ତି । ସେ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି । ଲୋକଙ୍କ ସହ ନିଆରା ଅନୁଭୂତି ସାଉଁଟିଛନ୍ତି ।

ସୂଚନାନୁଯାୟୀ , ଭିଡିଓରେ ବହୁ ସଂଖ୍ୟକ ସୁରକ୍ଷା ଅଧିକାରୀ ଏବଂ କର୍ମଚାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ରହିଥିବା ନଜର ଆସିଛନ୍ତି । ଭିଡିଓରେ ଦେଖାଯାଉଛି ଯେ ଡିଏମଆରସିର ବରିଷ୍ଠ ଅଧିକାରୀମାନେ ମେଟ୍ରୋରେ ମେଟ୍ରୋ କାର୍ଯ୍ୟ ବିଷୟରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସୂଚନା ଦେଉଛନ୍ତି ।

Related posts

ପଥର ଖଣିରେ ଭୟଙ୍କର ବିସ୍ଫୋରଣ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୩୬୨ ଆକ୍ରାନ୍ତ ଚିହ୍ନଟ ଓ ୬୬ ଜଣ ମୃତ

mahabharatanews

ଅଯୋଧ୍ୟାରେ ପ୍ରବଳ ଭିଡ଼, ବଢ଼ିଲା ଦର୍ଶନ ସମୟ

mahabharatanews