ଓଡିଶା

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ 

(ଭୁବନେଶ୍ୱର) :  ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିରୋଧି । ପୋଡ଼ିୟମ ଚଢ଼ି ମାଇକ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ । ଫଳରେ ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ଘଣ୍ଟାଏ ପାଇଁ ମୁଲତବି କଲେ ବାଚସ୍ପତି । ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି । ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି ।

ସୂଚନାନୁଯାୟୀ ,  ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ବଜେଟ ଅଧିବେଶନର ତୃତୀୟ ଦିନରେ ବି ଗୃହ ଚାଲିପାରିନି । ବୁଧବାର ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଛି । ଗୋଟିଏ ମିନିଟ ବି ପ୍ରଶ୍ନକାଳ ଚାଲିପାରିନି। ଏଥିପାଇଁ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପୂର୍ବରୁ ଗୃହ ଆରମ୍ଭରୁ ହୋହଲ୍ଲା ହେବା ଯୋଗୁଁ ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି ।

Related posts

୧୯ରୁ ବଢିବ ବର୍ଷା

mahabharatanews

ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews

ଉଦଳାରେ ସିଏଏ ବିରୋଧୀ ଶୋଭାଯାତ୍ରା

mahabharatanews