ଭାରତ

କୋର୍ଟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ

(ଦିଲ୍ଲୀ)  :ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଇଡି ନୋଟିସକୁ ଅଣଦେଖା କରୁଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ଦ୍ୱାରା ୫ଟି ସମନ ଜାରି କରାଯାଇ ଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ପଚରାଉଚରା ପାଇଁ ହଜାର ହୋଇ ନାହାନ୍ତି ।

ସୂଚନାନୁଯାୟୀ , ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ୫ଟି ନୋଟିସ ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ହାଜର ନହେବା ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଇଡି ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଥିଲା। ବୁଧବାର ଏହି ମାମଲାରେ କୋର୍ଟ ଏହାର ରାୟ ଦେଇଛନ୍ତି। ଫେବୃଆରୀ ୧୭ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ପଠାଇଥିବା ବିଜ୍ଞପ୍ତିରେ AAP ର ବିବୃତ୍ତି ଆସିଛି । ଦଳ କହିଛି ଯେ ଆମେ କୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରୁଛୁ ।

Related posts

ବିଷାକ୍ତ ମଦ ରୋକିବା ପାଇଁ ଦିଆଯିବ ସ୍ୱାସ୍ଥ୍ୟକର ଦେଶୀ ମଦ: ପଞ୍ଜାବ ମୁଖ୍ୟମନ୍ତ୍ରୀ

mahabharatanews

ଦିଲ୍ଲୀରେ ବାଣ ଫୁଟାଇବା ନିଷିଦ୍ଧ

mahabharatanews

ଅଚାନକ ଜଳି ପୋଡି ପାଉଁଶ ହୋଇଗଲା ୪୦ଟି ଡଙ୍ଗା 

mahabharatanews