ଓଡିଶା

ବିଦ୍ୟୁତ ଖୁଣ୍ଟରେ ଚଢି ପ୍ରାଣ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

କରଞ୍ଜିଆ /  ବସନ୍ତ କୁମାର ସୋରେନ : ବିଦ୍ୟୁତ ଖୁଣ୍ଟ ରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା , ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ସିଗିଡା ଠାରେ। ରରୁଆ ଥାନା ଅନ୍ତର୍ଗତ ସିଙ୍ଗଡ଼ା  ନିକଟ ବଡ଼ବିଲ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦୁତ ଖୁଣ୍ଟରେ ଚଢି ଯୁବକ ଙ୍କ ଆତ୍ମହତ୍ୟା  । ଶରୀରରେ ବିଦୁତ ତାର ଲାଗିବା କାରଣ ରୁ ଯୁବକ ଙ୍କ ମୁଣ୍ଡ ଗଣ୍ଡି ଅଲଗା ହେଇ ଯାଇଛି । ଅନେକ ସମୟ ଧରି ଖୁଣ୍ଟ ଉପରେ ଶରୀରରେ ନିଆଁ ହୁତୁ ହୁତୁ ହେଇ ଜଳୁଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ହେଉଛି ନରହରି ମହାନ୍ତ (୨୭) । ଦୁର୍ଘଟଣା  ସ୍ଥାନରେ ରରୁଆ ପୋଲିସ  ଓ ଦମକଳ ବାହିନୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସେ କେଉଁ କାରଣ ପାଇଁ ବିଦୁତ ଖୁଣ୍ଟ ରେ ଚଢିଆତ୍ମହତ୍ୟା କରିଲେ ତାହା ଅସ୍ପଷ୍ଟ ରହିଛି ।    ସେପଟେ ପରିବାର ଲୋକେ  ବ୍ୟକ୍ତି ଙ୍କୁ ଚିହ୍ନଟ ପରେ ଭାଙ୍ଗି ପଡିଛନ୍ତି।  ନରହରି ବିବାହିତ ଅଛନ୍ତି , ତାଙ୍କ ସ୍ତ୍ରୀ ଙ୍କ ଗତ କାଲି ସଦ ଖୁଆନି ଥିଲା , ତାଙ୍କ ଶଶୁର ଘର ଲୋକ ଆସି ଜୋଇଁ ଘରେ ଭୋଜି ଭାତ କରିଥିଲେ , କିନ୍ତୁ ଆଜି ସକାଳୁ ନରହରି ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରିଛି ।  ମୃତ ଦେହ କୁ ପୋଲିସ ଉପସ୍ଥିତି ରେ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ସହ   ରରୁଆ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ସବ ବ୍ୟବଚ୍ଛେଦ କରିବାପାଇଁ କରଞ୍ଜିଆ ଉପଖଣ୍ଡ ଡ଼ାକ୍ତରଖାନାକୁ ପଠା ଯାଇଛି।

Related posts

୧୦ ତାରିଖରୁ ଆମରଣ ଅନଶନରେ ବସିବେ ହିଞ୍ଜିଳି ବାସିନ୍ଦା

mahabharatanews

ନବ ଦାସ ହତ୍ୟା ମାମଲା;  ୨୧ରେ ହେବ ପରବର୍ତୀ ଶୁଣାଣି 

mahabharatanews

 ପଞ୍ଚମ ପର୍ଯ୍ୟାୟ ଭୋଟିଂ,ଆଜି ସରିବ ପ୍ରଚାର

mahabharatanews