ଓଡିଶା

୧୭ ପର୍ଯ୍ୟନ୍ତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

(ଭୁବନେଶ୍ୱର) :  ଆଜି ଓଡିଶା ଆସିବେ ନିର୍ବାଚନ କମିଶନର । ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନର ପ୍ରସ୍ତୁତି ସମୀକ୍ଷା ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୭ ଜଣିଆ ଅଧିକାରୀମାନଙ୍କ ଏକ ଟିମ୍ ମଧ୍ୟ ଓଡ଼ିଶା ଆସୁଛନ୍ତି। ୧୬ ତାରିଖରେ ନିର୍ବାଚନ କମିଶନର ବିଭିନ୍ନ ଜାତୀୟ ଏବଂ ଆଂଚଳିକ ରାଜନୈତିକ ଦଳ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାନୁଯାୟୀ , ଏଥିସହ ରାଜ୍ୟ ପଦାଧିକାରୀ, ଡିଇଓ,ଏସପି, ସିପି ଏବଂ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହା ପରଦିନ ଅର୍ଥାତ୍ ୧୭ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଏବଂ ଏନଫୋର୍ସମେଣ୍ଟ ଏଜେନ୍ସି ସହ ନିର୍ବାଚନ ବାବଦରେ ସମୀକ୍ଷା କରିବେ ନିର୍ବାଚନ କମିଶନଙ୍କ ଟିମ୍।

Related posts

ଆରପାରିରେ ବିଧାୟକ ସୂର୍ଯ୍ୟ ପାତ୍ର

mahabharatanews

ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା , ୪ ଓଡ଼ିଆ ମୃତ

mahabharatanews

୧୩ ତାରିଖ ବନ୍ଦ ରହିବ ୟୁନିିଟ-୧ ମାର୍କେଟ

mahabharatanews