ଭାରତ

ପେଣ୍ଟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

(ଦିଲ୍ଲୀ) : ଦିଲ୍ଲୀର ଅଲିପୁର ଦୟାଲ ବଜାରରେ ଥିବା ଏକ ପେଣ୍ଟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ । ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟ ଜଣେ ପୋଲିସ କର୍ମଚାରୀ ମଧ୍ୟ ଥିବା ସୂଚନା ରହିଛି । ତେବେ ନିଆଁ ଲାଗିବା ସମୟରେ ପେଣ୍ଟ କାରଖାନାରେ କର୍ମଚାରୀମାନେ କାମ କରୁଥିଲେ।

ସୂଚନାନୁଯାୟୀ , ନିଆଁ ଲାଗିବା ପରେ ଫ୍ୟାକ୍ଟ୍ରିରୁ ବାହାରକୁ ଆସିପାରି ନଥିଲେ ୱାରକର୍ । ନିଆଁ ଲିଭା କାର୍ଯ୍ୟରେ ୨୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କର୍ମଚାରୀମାନେ ନିଆଁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ତରେ ପେଣ୍ଟ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ୧୧ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ କର୍ମୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।

Related posts

 ଆସନ୍ତାବର୍ଷ ଲଞ୍ଚ ହେବ ଶୁକ୍ରଯାନ  

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୪୨୨ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews