ଭାରତ

ସ୍ୱାଇନ୍‌ ଫ୍ଲୁ ଫିବର: WHO ପକ୍ଷରୁ ଏକ ସତର୍କ ସୂଚନା ଜାରି 

(ଦିଲ୍ଲୀ) : ପୁଣି ଚିନ୍ତା ବଢାଉଛି ସ୍ୱାଇନ୍‌ ଫ୍ଲୁ ଫିବର । ଏନେଇ WHO ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ନିକଟରେ ସ୍ପେନରେ ସ୍ୱାଇନ ଫ୍ଲୁର ନୂଆ ମାମଲା ଚିହ୍ନଟ କରାଯାଇଛି । ଜଣେ ବ୍ୟକ୍ତି ଏକ ପ୍ରକାର ସ୍ୱାଇନ୍ ଫ୍ଲୁରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ୨୯ ଜାନୁଆରୀ ୨୦୨୪ରେ ସ୍ପେନର ସ୍ୱାସ୍ଥ୍ୟ ଅଧିକାରୀ WHOକୁ ସୂଚନା ଦେଇଥିବା ଖବର ରହିଛି । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଚେତାବନୀ ସୂଚନା ଜାରି କରିଛି ଏବଂ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସ୍ପେନରେ ଏହା ସ୍ୱାଇନ୍ ଫ୍ଲୁର ତୃତୀୟ ମାମଲା । ଏହା ପୂର୍ରୁ ବ ଦୁଇଟି ମାମଲା ୨୦୦୮ଏବଂ ଜାନୁୟାରୀ ୨୦୨୩ରେ ରେକର୍ଡ କରାଯାଇଥିଲା । ସ୍ୱାଇନଫ୍ଲୁକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସ୍ୱାଇନ ଫ୍ଲୁର ଲକ୍ଷଣ ,ଥଣ୍ତା ଲାଗି ରହିବା, ଛିଙ୍କିବା, ନାକ ଜାମ୍ ହୋଇଯିବା ମାଂସପେଶୀରେ ଯନ୍ତ୍ରଣା ଅନୁଭବ ମୁଣ୍ଡ ବ୍ୟଥା କଫ ଓ ଥଣ୍ଡା, ଲଗାତାର କାଶ ଲାଗି ରହିବ ।

Related posts

ଆଜିଠାରୁ ସଂସଦର ବଜେଟ ଅଧିବେଶନ,କାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

mahabharatanews

ଉତ୍ତରାଖଣ୍ଡରେ ଭୂସ୍ଖଳନ; ଆଲର୍ଟ ଜାରି

mahabharatanews

ଆଫଗାନିସ୍ତାନରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୨୦୦୦କୁ ବୃଦ୍ଧି

mahabharatanews