ଭାରତ

ଯୁଦ୍ଧ ବିରତ ରଖିବାକୁ ଅନୁରୋଦ୍ଧ କଲା ଭାରତ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ବିଭିନ୍ନ ସହରକୁ ଧ୍ୱଂସ କରିବାରେ ଲାଗିଛି ଋଷ । ଗୋଟିଏ ପରେ ଗୋଟିଏ ସହରକୁ କବ୍ଚା କରିନେଉଛି ଋଷ ସେନା । ଆଜି ୟୁକ୍ରେନର ଏକ ସହର ସୁମିକୁ ଆକ୍ରମଣ କରିବାକୁ ସ୍ଥିର କରିଛି ଋଷ । ଏଥିପାଇଁ ସୁମିରେ ହାଇ ଆଲର୍ଟ ଜାରି କରାଯାଇଛି । ଲୋକଙ୍କୁ ବଙ୍କର ଭିତରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁମିରେ ବାରମ୍ବାର ଆଲର୍ଟ ସାଇରନ୍ ବାଜୁଛି । ସୁମି ସହିତ ୟୁକ୍ରେନର ରାଜଧାନୀ କିଭ୍ ଓ ଦ୍ୱିତୀୟ ବୃହତ ସହର ଖାରକିଭରେ ମଧ୍ୟ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି ।

ଏପଟେ ସୁମିରେ ଅହରହ ଗୁଳିବର୍ଷା ଚାଲିଥିବା ବେଳେ ଫଶି ରହିଛନ୍ତି ପ୍ରାୟ ୭ ଶହ ଭାରତୀୟ । ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ଆକୁଳ ନିବେଦନ କରୁଛନ୍ତି । ସୁମିରେ ଖାଦ୍ୟ ଓ ଜଳ ଯୋଗାଣ ପ୍ରାୟ ବନ୍ଦ ହୋଇଗଲାଣି । ମୋବାଇଲ୍ ନେଟ୍ୱର୍କ ପ୍ରାୟ କାମ କରୁଛି ।ଛାତ୍ର ଛାତ୍ରୀମାନେ ବଙ୍କର ଭିତରେ ରହିଛନ୍ତି । ଏଥିପାଇଁ ଯୁଦ୍ଧ ରୋକିବାପାଇଁ ଅନୁରୋଦ୍ଧ କରିଛି ଭାରତ । ସୁମିରେ ବସ ଟ୍ରେନ ସେବା ମଧ୍ୟ ବନ୍ଦ ରହିଛି । ଏଣୁ ସ୍ୱତନ୍ତ୍ର ବସ ବ୍ୟବସ୍ତା ପାଇଁ ଭାରତ ପ୍ରୟାସ କରୁଛି । ଏପଟେ ସୁମିରୁ ବାହାରିବାର ସବୁ ରାସ୍ତା ବନ୍ଦ ହୋଇ ଯାଇଛି । ଏଥିପ୍ରତି କିଛି ପଦକ୍ଷେପ ନେବାକୁ ୟୁକ୍ରେନ କର୍ତୃପକ୍ଷଙ୍କୁ କୁହାଯାଇଛି ।

Related posts

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରୁ ବାଦ ପଡିଲେ ୭ଜଣ ପୁଲିସ କର୍ମଚାରୀ 

mahabharatanews

ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

mahabharatanews

ଝାଡଖଣ୍ଡ ଦୁମକା ହତ୍ୟା ମାମଲା

mahabharatanews