ଓଡିଶା

ଆଜିଠୁ +୨ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା

(ଭୁବନେଶ୍ୱର) : ଆଜି ଠାରୁ +୨ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା । ଉଭୟ ବିଭାଗର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି । କଳା ବିଭାଗରେ ମୋଟ୍‌‌ ୨ ଲକ୍ଷ ୩୭ ହଜାର ୭୫୦ଜଣ ଓ ବାଣିଜ୍ୟରେ ୨୬ ହଜାର ୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ଗତକାଲିଠାରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଯାଇଛି । ଶୁକ୍ରବାର ପ୍ରଥମ ଦିନରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି । ଏହି ବିଷୟରେ କପି କରି ସାରା ରାଜ୍ୟରୁ ସମୁଦାୟ ୧୧ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି । ସବୁଠି ସୁରୁଖୁରୁରେ ପ୍ରଥମ ଦିନ ପରୀକ୍ଷା ସରିଥିବାବେଳେ କୌଣସି ତ୍ରୁଟି ହୋଇ ନ ଥିବା ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି। ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍‌‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି।

Related posts

ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡସେନ

mahabharatanews

ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

mahabharatanews

କରୋନା କଟକଣା ଭିତରେ ପାଳିତ ହେବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ

mahabharatanews