ଓଡିଶା

ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍

(ଭୁବନେଶ୍ୱର) :  ଆଉ ୫ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । କଟକ ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍ ଯୋଜନାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିଛନ୍ତି ।

ସୂଚନାନୁଯାୟୀ , ଲକ୍ଷ୍ମୀ ବସ୍ ଦ୍ୱାରା ଗାଁରୁ ସହରକୁ ସୁଲଭ ମୂଲ୍ୟରେ ଯାତ୍ରା କରିପାରିବେ ଲୋକ ଏବଂ ମହିଳା ମାନେ ମାତ୍ର ୫ଟଙ୍କାରେ ପଂଚାୟତରୁ ବ୍ଲକକୁ ଯାତ୍ରା କରିପାରିବେ । ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ମୁଖ୍ୟାଳୟ ଠାରୁ ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବ ଲକ୍ଷ୍ମୀ ବସ୍ । ବସ୍ ସେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥ‌ିବା ଏହି ପଦକ୍ଷେପ ସ୍ବରୂପ ଜିଲ୍ଲାରେ ୧୮ଟି ରୁଟ୍‌ରେ ୧୮ ଗୋଟି ବସ ଚଳାଚଳ କରିବ । ଏଥିପାଇଁ ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

Related posts

ରଥଯାତ୍ରା ବନ୍ଦ ବେଳେ ଉଦଳା ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ପୂଜାର୍ଚ୍ଚନା

mahabharatanews

ଅଧିକାରୀଙ୍କ ଜାଣତରେ ରାହାଡପୁର ପାହାଡରୁ ଚାଲିଛି ବେଧଡକ ପଥର ଚାଲାଣ

mahabharatanews

ପଶ୍ଚମଓଡ଼ିଶା କୋଭିଡ ପରିସ୍ଥିତିକୁ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା

mahabharatanews