ମନୋରଞ୍ଜନ

ଭୋ ଭୋ ହୋଇ କାନ୍ଦିଲେ ଅଭିନେତା ରିତେଶ

(ମୁମ୍ବାଇ) :  ରବିବାର ଦିନ ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ସ୍ୱର୍ଗତ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଲାଶରାଓ ଦେଶମୁଖଙ୍କ ସ୍ମୃତିରେ କାନ୍ଦୁଥିବାର ଦୃଶ୍ୟ ଭାଇରଲ ହୋଇଛି । ମହାରାଷ୍ଟ୍ରର ଲାଟୁରରେ ତାଙ୍କ ପିତା ତଥା ବିଶିଷ୍ଟ କଂଗ୍ରେସ ନେତା ବିଲାଶରାଓଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା। ତେବେ ସେହି କାର୍ଯ୍ୟକ୍ରମରେ ସେ କାନ୍ଦୁଥିବାର ଦେଖାଯାଇଛି।

ସୂଚନାନୁଯାୟୀ ,  ସୋସିଆଲ ମିଡିଆରେ ଅଭିନେତାଙ୍କ ଭାଷଣର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଠାରେ ସେ କାନ୍ଦିବା ସହ ଆଖିରୁ ଲୁହ ପୋଛୁଛନ୍ତି। ମୋ ବାପାଙ୍କ ଦେହାନ୍ତ ହେବାର ୧୨ ବର୍ଷ ବିତିଗଲାଣି’’ ବୋଲି କହିବା ସମୟରେ ତାଙ୍କ କଣ୍ଠ ମୋଟା ଶୁଭାଯାଉଛି। ସେଠାରେ ସଙ୍ଗେ ସଙ୍ଗେ ତାଙ୍କ ବଡ଼ ଭାଇ ଏବଂ ଲାଟୁରର କଂଗ୍ରେସ ବିଧାୟକ ଅମିତ ଦେଶମୁଖ ରିତେଶଙ୍କ ପିଠିରେ ହାତ ଥାପୁଡ଼େଇ ଦେଉଥିବାର ଦେଖିବାକୁ ମିଳିଛି ।

Related posts

ଚର୍ଚାରେ ପରିଣୀତି ଏବଂ ରାଘବଙ୍କ ବିବାହ କାର୍ଡ

mahabharatanews

ବିଜୟ ଦେବରକୋଣ୍ଡାଙ୍କ ପୂର୍ବରୁ ଏହି ଅଭିନେତାଙ୍କ ସହ ହୋଇଥିଲା ରଶ୍ମିକାଙ୍କ ନିର୍ବନ୍ଧ……

mahabharatanews

ଗିରଫ ହେବେ ଡ୍ରାମା କୁଇନ !

mahabharatanews