ଓଡିଶା

ବଢୁଛି ତାତି : ସର୍ବୋଚ୍ଚ ତାପମାତ୍ରା ୩୬.୫ଡ଼ିଗ୍ରୀ ରେକର୍ଡ

(ଭୁବନେଶ୍ୱର) : ଚଳିତ ବର୍ଷ ବଢୁଛି ତାତି । ସ୍ଥିତି ଏମିତି ହେଲାଣି କି ଫେବୃଆରୀ ମାସରେ ତାପମାତ୍ରା ୩୬ ପାର୍ ହେଲାଣି । ହଠାତ୍ ଗ୍ରୀଷ୍ମର ପ୍ରକୋପ ବଢିଛି । ଖରାରେ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ଗତକାଲି ରାଜ୍ୟର ଦୁଇଟି ସ୍ଥାନର ତାପମାତ୍ରା ୩୬ ଡ଼ିଗ୍ରୀ ପାର୍‌ କରିଯାଇଛି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚଳିତବର୍ଷ ପ୍ରଥମ ଥର ପାଇଁ ୩୬ଡ଼ିଗ୍ରୀ ଅତିକ୍ରମ କରିଛି ଦିନର ତାପମାତ୍ରା ।

ସୂଚନାନୁଯାୟୀ , ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୬.୫ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏଥି ସହିତ ୫ଟି ସହରର ତାପମାତ୍ରା ୩୫ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି । ଏଥିପାଇଁ ଆଗାମୀ ୩ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢିବ । ସ୍ୱାଭାବିକ ଠାରୁ ୨-୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘ନ୍ୟାସନାଲ୍ ଡିଫେନ୍‌ସ କଲେଜ୍’ ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

mahabharatanews

ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି

mahabharatanews

ହଟସ୍ପଟ ଅଞ୍ଚଳବାସୀଙ୍କୁ ମାଲକାନଗିରିକୁ ପ୍ରବେଶ ମନା, ବାହାର ରାଜ୍ୟ ଓ ଜିଲ୍ଲାରୁ ଯାତ୍ରୀବାହି ବସର ଅବାଧ ପ୍ରବେଶ

mahabharatanews