ମନୋରଞ୍ଜନ

ଆଖି ବୁଜିଲେ ଟେଲି ଅଭିନେତା ଋତୁରାଜ ସିଂହ

(ମୁମ୍ବାଇ) : ହୃଦଘାତ ନେଲା ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କ ଜୀବନ। ଆଜି ଅଭିନେତାଙ୍କର ହଠାତ୍ ଦେହାନ୍ତ ଖବର ଶୁଣି ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି। ଋତୁରାଜଙ୍କ ଘନିଷ୍ଠ ବନ୍ଧୁ ଅମିତ ଭେଲ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରି ଏକ ମନୋରଞ୍ଜନଧର୍ମୀ ପୋର୍ଟାଲକୁ କହିଛନ୍ତି ଯେ, ହୃଦ୍‌ଘାତ ହେତୁ ଋତୁରାଜଙ୍କର ଦେହାନ୍ତ ହୋଇଛି। ଅଗ୍ନାଶୟ ରୋଗର ଚିକିତ୍ସା ପାଇଁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ହୃଦଘାତ ହେବାରୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା। ”

ସୂଚନାନୁଯାୟୀ , ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍,  ଅଦାଲତ’, ‘ଦିୟା ଅର ବାତି ହମ୍’ ଭଳି ଅନେକ ଭାରତୀୟ ଟିଭି ସୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।

Related posts

ଏହି କାରଣରୁ ଜୀବନ ହାରିଲେ ନିର୍ଦ୍ଦେଶକ ନୀତିନ ଦେଶାଇ ! 

mahabharatanews

ହାତକୁ ଦି ହାତ ହେଲେ ବରୁଣ-ଲାବନ୍ୟା

mahabharatanews

OTTରେ ରିଲିଜ ହେଲା ଫିଲ୍ମ ‘ଜୱାନ’ 

mahabharatanews