ଓଡିଶା

ଗଞ୍ଜାମରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ 

(ଭୁବନେଶ୍ୱର) : ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ବୁଧବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଛି । ଜିଲାର ସଦରମହକୁମା ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ମିନି ଷ୍ଟାଡିୟମଠାରେ ଉଦ୍‌ଘାଟନ ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି।

ସୂଚନାନୁଯାୟୀ ,  ଯେଉଁଥିରେ ମହିଳା ଓ ବିଦ୍ୟାର୍ଥୀ ପଥଚାରୀଙ୍କ ସର୍ବାଧିକ ଭଡ଼ା ୫ ଟଙ୍କା ରହିଛି। ରାଜ୍ୟରେ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏହି ଯୋଜନାର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଯୁଗାନ୍ତକାରୀ ଯୋଜନା, ଗଞ୍ଜାମ ଜିଲା ପାଇଁ ଆଜି ଏକ ଐତିହାସିକ ଦିନ। ଜିଲାରେ ଗମନାଗମନର ଅସୁବିଧାକୁ ହୃଦୟଙ୍ଗମ କରି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ଜିଲାର ଲୋକେ ଉପକୃତ ହେବା ସହିତ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକ ପାଇଁ ବେଶ୍‌ ସହାୟକ ହେବ। ସେମାନେ କମ ଖର୍ଚ୍ଚରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାତାୟାତ କରି ପାରିବେ।

Related posts

ବଢିବ ଶୀତ; ଭୁବନେଶ୍ବର ତାପମାତ୍ରାରେ ୧୯.୭ ଡିଗ୍ରି ରେକର୍ଡ 

mahabharatanews

ହାଇୱା ମାଲିକ ସଙ୍ଘ ଦାବି ପୂରଣ ନ ହେଲେ ହେବ ଆନ୍ଦୋଳନ

mahabharatanews

ଚମାଖଣ୍ଡି ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣା, ଜଣେ ଆହତ

mahabharatanews