(ଭୁବନେଶ୍ୱର) : ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଗୁରୁବାର ସନ୍ଧ୍ୟା ୬.୩୦ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ ।
ସୂଚନାନୁଯାୟୀ , ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ଉଚ୍ଚଶିକ୍ଷା, ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମିଶନ ଶକ୍ତି, ଶିଳ୍ପ, ସାଧାରଣ ପ୍ରଶାସନ ଆଦି ବିଭାଗର ପ୍ରାୟ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ତେବେ କ୍ୟାବିନେଟକୁ ଆସିବାକୁ ଥିବା ଏଜେଣ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି । ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ସରକାର କିଛି ନୂଆ ଯୋଜନା ଘୋଷଣା କରିବା ସମ୍ଭାବନା ରହିଛି ।
