ଓଡିଶା

ଢେଙ୍କାନାଳରେ ବିଶ୍ୱ ମୃତ୍ତିକା ଦିବସ ଅନୁଷ୍ଠିତ

(ମୋନାଲିସା ମିଶ୍ର)ଢେଙ୍କାନାଳ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଜିଲ୍ଲା ମୃତ୍ତିକାଗାର କେନ୍ଦ୍ର ପରିସରରେ ବିଶ୍ୱ ମୃତ୍ତିକା ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ,ସଂମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଛବିନ୍ଦ୍ର ବେହେରା ପ୍ରମୁଖ କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ସହ ଜିଲ୍ଲାରେ ଏଯାବତ ୭୦,୦୦୦ ଚାଷୀଙ୍କୁ ମୃତ୍ତିକା କାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଚାଷୀଙ୍କୁ ମୃତ୍ତିକା କାର୍ଡ଼ ପ୍ରଦାନ କରାଯିବାର ବ୍ୟବସ୍ଥା ସହ ବ୍ଲକ ସ୍ତରରେ ମଧ୍ୟ ମୃତ୍ତିକା ପରୀକ୍ଷା ହେଉଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରକାଶ କରିଥିଲେ।
ଏହି ଅବସରରେ କୃଷିବିତ୍ତ ଉମେଶ ଚନ୍ଦ୍ର ଦାଶଙ୍କ ଦ୍ୱାରା ରଚିତ “ଆମ ପରିବେଶ ଓ ଆମ କୃଷି” ପୁସ୍ତିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ।ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ।

Related posts

ମୟୁରଭଞ୍ଜ ଅମର୍ଦ୍ଦା ରୋଡ଼ ଏୟାରଷ୍ଟ୍ରିପ ହେବ ବିମାନ ବନ୍ଦର

mahabharatanews

୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

mahabharatanews

ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି

mahabharatanews