(ମୁମ୍ବାଇ) : ଜଣାଶୁଣା ଟିଭି ଅଭିନେତା ରିତୁରାଜ ସିଂଙ୍କ ଦେହାନ୍ତ ହୋଇଛି । ୧୯ଫେବୃଆରୀ ରାତିରେ ଅଭିନେତା ଦୁନିଆକୁ ସବୁ ଦିନ ପାଇଁ ଅଲବିଦା କହି ଆରପାରିକି ଚାଲିଯାଇଛନ୍ତି । ୨୧ଫେବ୍ରୁଆରୀରେ ଅଭିନେତାଙ୍କର ଅନ୍ତିମ ସଂସ୍କାର ସମ୍ପୁର୍ଣ୍ଣ ହୋଇଛି । ରିତୁରାଜଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ଅନେକ କଳାକାର ପହଞ୍ଚିଥିଲେ ।
ସୂଚନାନୁଯାୟୀ , ମୁମ୍ବାଇର ଓସିୱାରା ଶ୍ମସାନରେ ଅଭିନେତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଯେଉଁଠାରୁ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଟିଭି ଜଗତର ଅନେକ ସେଲିବ୍ରିଟିଙ୍କୁ ଦେଖିବା ପାଇଁ ମିଳିଥିଲା । ଶେଷ ରୀତିନୀତି ପୂର୍ବରୁ ରିତୁରାଜଙ୍କ ମୃତଦେହ ତାଙ୍କ ଘରକୁ ଅଣାଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତାଙ୍କ ଶେଷ ରୀତିନୀତି ତାଙ୍କ ଝିଅ କରିଛନ୍ତି । ମହିଳାଙ୍କ ସୁରକ୍ଷା” ଉପରେ ଅମ୍ବ୍ରେଲା ଯୋଜନା କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଟିଭି ତାରକାମାନେ ଅଭିନେତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।