ଓଡିଶା

ଶ୍ରୀ ଲୋକନାଥଙ୍କର ଆଜି ପଦ୍ମବେଶ

(ପୁରୀ) :  ଆଜି ମାଘ ପୁର୍ଣିମା । ଦେବ ଦେବ ମହାଦେବ ଶ୍ରୀ ଲୋକନାଥଙ୍କର ମଧ୍ୟ ଆଜି ପଦ୍ମବେଶ କରାଯିବ। ସୋଲରେ ନିର୍ମିତ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀଲୋକନାଥ। କାହିଁ କେଉଁ ଅନାଦି କାଳରୁ ରଥସାହି ବାହ୍ମଣ ସମାଜ ପକ୍ଷରୁ ପଦ୍ମବେଶ କରାଯାଉଛି। ଶ୍ରୀଲୋକନାଥଙ୍କୁ ମଧ୍ୟ ଖିରୀ ଅମ୍ବାଲୁ ଭୋଗ ଲାଗିଥାଏ।

ସୂଚନାନୁଯାୟୀ, ତେବେ ପୌରାଣିକ କଥା ବସ୍ତୁ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ଗଜରାଜ କ୍ଷତବୀକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ । ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି ।

Related posts

୧୫ ପରେ ରାଜ୍ୟରେ ଆରମ୍ଭ ହେବ ଗର୍ଭବତୀଙ୍କ ଟୀକାକରଣ

mahabharatanews

ବାଇକକୁ ପଛପଟୁ ଧକ୍କା ଦେଲା କାର

mahabharatanews

ଧାମନଗରରେ ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେପି

mahabharatanews