ଭାରତ

କଂଗ୍ରେସ ଓ ଟିଏମସି ମିଶି ଗୋଟାଉଛି ବଳ

(ଦିଲ୍ଲୀ) : ରାଜି ହେଲେ ମମତା କଂଗ୍ରେସ ସହ ଲଢ଼ିବେ ଲୋକସଭା ନିର୍ବାଚନ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଇଣ୍ଡିଆ ମେଣ୍ଟ ତାହାର ଶକ୍ତି ବଢ଼ାଇବାରେ ଲାଗି ପଡ଼ିଛି । ଏହା ଉତ୍ତରପ୍ରଦେଶରୁ ଆରମ୍ଭ ହୋଇଥିଲା । ପ୍ରଥମେ ୟୁପିରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ଘୋଷଣା କରାଯାଇଥିଲା ଏବଂ ପରେ ଦିଲ୍ଲୀରେ କଂଗ୍ରେସ ଏବଂ ଆପ ମଧ୍ୟରେ ଏକ ଚୁକ୍ତି ହୋଇଥିଲା।

ସୂଚନାନୁଯାୟୀ , ଏବେ ଖବର ହେଉଛି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ୨ଟି ଆସନରେ ନିର୍ବାଚନ ଲଢିବା ପାଇଁ କଂଗ୍ରେସକୁ ପ୍ରସ୍ତାବ ଦେଇଛନ୍ତି। ଏଥି ସହିତ ମେଘାଳୟ ଏବଂ ଆସାମରେ ଟିଏମସି ପ୍ରତ୍ୟେକ ଗୋଟିଏ ଆସନରେ ନିର୍ବାଚନ ଲଢିପାରିବେ। ତେବେ ମେଘାଳୟର ତୁରା ଆସନକୁ ନେଇ ଉଭୟ ଦଳ ମଧ୍ୟରେ ଆଲୋଚନା ଅଟକି ରହିଛି । ଅନ୍ୟପକ୍ଷରେ, ଆସନରେ ସହମତି ପ୍ରକାଶ ପାଇବା ପରେ ୟୁପିର ଦୁଇ ନେତା ପୁଣି ଏକାଠି ନଜର ଆସିବେ। ବାସ୍ତବରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ୨୫ଫେବୃଆରୀରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବାକୁ ଯିବେ।

Related posts

ଦିଲ୍ଲୀରେ ୨୬ ପର୍ଯ୍ୟନ୍ତ ଉଡିବନି ବିମାନ

mahabharatanews

ଆଜି ଓଡ଼ିଶା ଆସୁଛନ୍ତି ନୀତୀନ ଗଡ଼କରୀ ଓ ହିମନ୍ତ ବିଶ୍ଵ ଶର୍ମା

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୪୨୨ କରୋନା ସଂକ୍ରମିତ ଚିହ୍ନଟ

mahabharatanews