ଭାରତ

ପରଲୋକରେ ବିଧାୟକ ରାଜେନ୍ଦ୍ର ପାଟନୀ

(ଦିଲ୍ଲୀ) :ପରଲୋକରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ରାଜେନ୍ଦ୍ର ପାଟନୀ । ତେବେ ତାଙ୍କର ଶୁକ୍ରବାର ଦିନ ମହାରାଷ୍ଟ୍ରରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା । ୨୦୧୯ରେ କରଞ୍ଜା ନିର୍ବାଚନମଣ୍ଡଳୀରୁ ରାଜେନ୍ଦ୍ର ପାଟନୀ ଜିତିଥିଲେ । ବିଜେପି ବିଧାୟକଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ରାଜେନ୍ଦ୍ର ପାଟନୀ ସାମାଜିକ ସେବାରେ ସର୍ବଦା ଆଗରେ ଥିଲେ। ଦଳକୁ ମଜବୁତ କରିବାରେ ସେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା ମୋଦି ସମବେଦନା ଜଣାଇଛନ୍ତି । ଏଥି ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ରାଜେନ୍ଦ୍ର ପାଟନୀଙ୍କ ଦେହାନ୍ତରେ ଦୁଃ ଖପ୍ରକାଶ କରିଛନ୍ତି । ୱାଶିମ୍ ଜିଲ୍ଲାର କରଞ୍ଜା ଆସନରୁ ତିନିଥର ବିଧାୟକ ପାଟନୀ ଗତ କିଛି ବର୍ଷ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ।

Related posts

ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟପାଳ ତାମିଲସାଇ 

mahabharatanews

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯିବେ ଇସ୍ରୋର ଗଗନଯାତ୍ରୀ

mahabharatanews

ଆଜି ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ 

mahabharatanews