ମନୋରଞ୍ଜନ

ମା’ଙ୍କ ସହ ନଜର ଆସିଲେ ସଲମାନ

(ମୁମ୍ବାଇ) : ସବୁବେଳେ ବଲିଉଡ ଇଣ୍ତଷ୍ଟ୍ରୀର ସୁପରଷ୍ଟାର ସଲମାନ ଲାଇଟ ଲାଇମରେ ରହିଆସିଛନ୍ତି । ତେବେ ଯିଏ କୋଟି କୋଟି ଦର୍ଶକଙ୍କ ମନରେ ରାଜ କରନ୍ତି ସେ ନିଜ ମାଙ୍କୁ କେତେ ପସନ୍ଦ କରନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ନିଜର ବୃତ୍ତିଗତ ଜୀବନ ଅପେକ୍ଷା ସଲମାନ ଖାନ ନିଜ ବ୍ୟକ୍ତିଗତ ଜୀବନ ପାଇଁ ହେଡଲାଇନରେ ରହିଥାନ୍ତି । ବିଶେଷକରି ତାଙ୍କ ପରିବାର ସହିତ ତାଙ୍କର ସୁନ୍ଦର ସମ୍ପର୍କ ସମସ୍ତଙ୍କୁ ବେଶ୍ ପସନ୍ଦ । ବର୍ତ୍ତମାନ ସଲମାନଙ୍କ ଏକ ଭିଡିଓ ଅନେକ ପ୍ରଶଂସକଙ୍କ ହୃଦୟ ଜିଣୁଛି । ଏହି ଭିଡିଓରେ ଅଭିନେତା ତାଙ୍କ ମା’ଙ୍କ ସହ ନଜର ଆସୁଛନ୍ତି ।

ସୂଚନାନୁଯାୟୀ , ସଲମାନ ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶାରଜାହ ନିଜ ଲେଟଷ୍ଟ ବାହାଘରର ଏକ ଭିଡିଓ ଅପଲୋଡ୍ କରିଛନ୍ତି । ବାସ୍ତବରେ, ୫୮ବର୍ଷୀୟ ଅଭିନେତା ବର୍ତ୍ତମାନ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ର ଦଶମ ସିଜନ୍ ପାଇଁ ୟୁଏଇରେ ଅଛନ୍ତି, ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ବଲିଉଡର ଭେଟେରାନ ଟିମ୍ ମୁମ୍ବାଇ ହିରୋଙ୍କୁ ସମର୍ଥନ କରିବାକୁ ପଡ଼ିଆରେ ଏଣ୍ଟ୍ରି କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ସଲମାନ ଡେନିମ୍ ଜିନ୍ସ ସହିତ ନୀଳ ରଙ୍ଗର ସାର୍ଟରେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।

Related posts

 ଚର୍ଚାରେ ବଚ୍ଚନ ପରିବାରର ହୋଲି ପାର୍ଟି

mahabharatanews

୧୧ରେ ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews

କିଙ୍ଗ ଖାନଙ୍କୁ ଏକ ବିଲେଇ ଫଟୋ ଉପହାର 

mahabharatanews