ଭାରତ

୨ ହଜାରରୁ ଅଧିକ ରେଳ ପ୍ରକଳ୍ପ ଉଦଘାଟିତ ଓ ଶିଳାନ୍ୟାସ

(ଦିଲ୍ଲୀ) : ଦେଶ ତମାମ ୨ ହଜାରରୁ ଅଧିକ ରେଳ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଛି । ଭିସି ଜରିଆରେ ଉଦ୍‌ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫୫୩ ଷ୍ଟେସନର ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ନବୀକରଣ ହୋଇଥିବା ଗୋମତିନଗର ଷ୍ଟେସନର ଉଦ୍‌ଘାଟନ କଲେ ମୋଦି । ୧୫ଶହରୁ ଅଧିକ ଓଭରବ୍ରିଜ୍‌ ଓ ଗଳାପୋଲର ଶିଳାନ୍ୟାସ କରିଛନ୍ତି  ।

ସୂଚନାନୁଯାୟୀ ,  ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ୨୧ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ । ଓଡ଼ିଶାରେ ୫୦ରୁ ଅଧିକ ଓଭରବ୍ରିଜ୍‌ ତଥା ଗଳାପୋଲର ଶିଳାନ୍ୟାସ କଲେ ମୋଦୀ। ଭେଟେରାନ୍‌‌ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ଉପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ୱାରୋପ କରିଛନ୍ତି । ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୫୩ ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ । ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ। ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାର୍ଶ୍ୱକୁ ମିଶାଇ ‘ସିଟି ସେଣ୍ଟର’ ଭାବେ କାର୍ଯ୍ୟ କରିବ।

Related posts

mahabharatanews

ଦୁର୍ଘଟଣା ଏଡାଇବାକୁ ଗାଡିରେ ଲଗାଯିବ ସେନସର

mahabharatanews

ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦

mahabharatanews