ଭାରତ

ଇସ୍ତଫା ଦେଲେ ପେଟିଏମର ଚେୟାରମ୍ୟାନ୍

(ଦିଲ୍ଲୀ) : ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର କାର୍ଯ୍ୟାନୁଷ୍ଠାନ ପରେ ବିଜୟ ଶେଖର ଶର୍ମା ବର୍ତ୍ତମାନ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି। ଚେୟାରମ୍ୟାନ୍ ପଦ ସହ ସେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବୋର୍ଡରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ସୂଚନାନୁଯାୟୀ , ଆରବିଆଇର ଆକ୍ସନ ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ କ୍ରମାଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି କାରଣରୁ, କମ୍ପାନୀର ସେୟାର ମଧ୍ୟ କମିବାରେ ଲାଗିଛି । ଏହି ସମୟରେ ପେଟିଏମର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି Paytmର ମୂଳ କମ୍ପାନୀ ୱାନ୍ ୯୭କମ୍ୟୁନିକେସନ ଲିଃ ମଧ୍ୟ Paytm ପେମେଣ୍ଟସ୍ ବ୍ୟାଙ୍କ ଲିଃ ତାର ବୋର୍ଡକୁ ପୁର୍ନଗଠନ କରିଥିବା ନେଇ ସୂଚନା ରହିଛି । OCL ପକ୍ଷରୁ ସୂଚନା ଜାରି କରାଯାଇଛି ଯେ, ବିଜୟ ଶେଖର ଶର୍ମା Paytmର ବୋର୍ଡରୁ ଇସ୍ତଫା ଦେଇଛନ୍ତି ।

Related posts

ପରଲୋକରେ ପାୱାର ପଏଣ୍ଟର ସହ ସ୍ରଷ୍ଟା 

mahabharatanews

ଭାରତରେ ୧୪୮ନୂଆ କରୋନା ମାମଲା ଚିହ୍ନଟ 

mahabharatanews

 ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ତାଇୱାନ ରାଷ୍ଟ୍ରପତି 

mahabharatanews