ମନୋରଞ୍ଜନ

ମା ହେବାକୁ ଯାଉଛନ୍ତି ଦୀପିକା ପାଦୁକୋନ

(ମୁମ୍ବାଇ) :  ମା-ବାପା ବନିବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ଖୁବଶୀଘ୍ର ଦୁହେଁ ମାତାପିତା ହେବେ ବୋଲି ଜଣାଇଲେ ଦୀପିକା। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗର୍ଭବତୀ ଥିବା ଦୀପିକା ଘୋଷଣା କରିଛନ୍ତି।

ସୂଚନାନୁଯାୟୀ ,ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଦୀପିକା ହାତଯୋଡିଥିବା ଲୋକର ଓ ଏଭିଲ ଆଏର ଇମୋଜି ଦେଇଥିବା ଦେଖିବାକୁ ମିଳିଛି। ସେ ସେୟାର କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨୦୨୪। ଦୀପିକା-ରଣବୀର। ଏହି ଫଟୋରେ ଛୋଟ ପିଲାମାନଙ୍କର ପୋଷାକ, ଜୋତା, ବେଲୁନ୍ ଇତ୍ୟାଦିର ଫଟୋ ଥିବା ଦେଖିବାକୁ ମିଳିଛି।  ପ୍ରଶଂସକମାନେ ଖୁସିରେ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବରରେ ତାଙ୍କର ପ୍ରସବ ହେବ ବୋଲି ପୋଷ୍ଟରେ ସେ ଲେଖିଛନ୍ତି।

Related posts

‘ଛୋଟା ରାଜନ୍‌ଙ୍କୁ ଜରୁରୀ ରିଲିଫ୍‌ ମନା’ : ବମ୍ବେ ହାଇକୋର୍ଟ

mahabharatanews

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଚର୍ଚ୍ଚିତ ଦମ୍ପତି

mahabharatanews

ରିଲିଜ ହେଲା ‘କାନ୍ତାରା-୨’ର ଲୋମଟାଙ୍କୁରା ଟିଜର

mahabharatanews