ମନୋରଞ୍ଜନ

ପରଲୋକରେ କନ୍ନଡ଼ ଅଭିନେତା କେ.ଶିବରାମ

(ମୁମ୍ବାଇ): ପୂର୍ବତନ ଆଇଏଏସ୍ ଅଫିସର ତଥା ଲୋକପ୍ରିୟ କନ୍ନଡ଼ ଅଭିନେତା କେ.ଶିବରାମଙ୍କ ଦେହାନ୍ତ। ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ଏହି କାରଣରୁ ତାଙ୍କୁ ଏଚସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଭେଣ୍ଟିଲେଟରରେ ଥିଲେ ଅଭିନେତା। ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି।

ସୂଚନାନୁଯାୟୀ , କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ୟୁବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା। ଆଇଏଏସ ହେବା ପରେ ବିଜୟପୁରା, ବେଙ୍ଗାଲୁରୁ, ମହୀସୁର, କୋପାଲା ଏବଂ ଦାବଣଗେରେରେ ପୋଷ୍ଟିଂ ହୋଇ ଦାୟିତ୍ବ ତୁଲାଇଥିଲେ। ଏହା ପରେ ସେ କନ୍ନଡ଼ ଫିଲ୍ମ ‘ବା ନଲ୍ଲେ ମଧୁଚନ୍ଦ୍ରାକେ’ ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଆସି ଲୋକପ୍ରିୟ ହୋଇଥିଲେ କେ.ଶିବରାମ।

Related posts

ସୁସ୍ଥ ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମା 

mahabharatanews

ଦର୍ଶକଙ୍କ ମନ ମୋହୁଛି ଫିଲ୍ମ ‘ଆନିମଲ’

mahabharatanews

ଆଜି ନିର୍ବନ୍ଧ କରିବେ ପରିଣୀତି ରାଘବଙ୍କ

mahabharatanews