ମନୋରଞ୍ଜନ

୧ କୋଟି ଟଙ୍କା ଦାନ କଲେ ଅକ୍ଷୟ କୁମାର

(ମୁମ୍ବାଇ) : ଉଦୟପୁର ଗସ୍ତରେ ଅଭିନେତା ଅକ୍ଷୟ କୁମାର । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଖେଲ ଖେଲ ମେଁ’ର ସୁଟିଂ ଉଦୟପୁରର ବିଭିନ୍ନ ଅଞ୍ଚଳରେ ଚାଲିଛି। ଏହି କ୍ରମରେ ଗତବୁଧବାର (ଫେବୃଆରି ୨୮) ତ‌ାରିଖ ସକାଳେ ଅଭିନେତା ଅକ୍ଷୟ କୁମାର ସୁଟିରୁ ଅଧାରୁ ହଠାତ୍ ତାଙ୍କ ପିତା ହରିଓମଙ୍କ ନାମରେ ଉଦୟପୁରରେ ନିର୍ମିତ ‌ହୋଇଥିବା ଆଶ୍ରମରେ ଯାଇ ପହଞ୍ଚିଥିଲେ।

ସୂଚନାନୁଯାୟୀ , ଅକ୍ଷୟ ଆଶ୍ରମରେ ପହଞ୍ଚି ସେଠାରେ ରହୁଥିବା ପିଲାମାନଙ୍କ ସହିତ କିଛିସମୟ ବିତାଇବା ପରେ ଫଟୋ ଉଠାଇଥିଲେ। ଏଥିସହିତ ଆଶ୍ରମରେ ଅକ୍ଷୟ ଆଳତୀ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ସେ ୧ କୋଟି ଟଙ୍କା ଦାନ କରିବା ସହିତ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେତୁ ଜମି ଦେଖିବା ପାଇଁ ପରିଚାଳକଙ୍କୁ କହିଛନ୍ତି। ପୂର୍ବରୁ କୌଣସି ଯୋଜନା ନଥିବା ବେଳେ ହଠାତ ଆଶ୍ରମରେ ଅକ୍ଷୟଙ୍କୁ ଦେଖି ପିଲା ଠାରୁ ବଡ଼ ସମସ୍ତେ ଆଶ୍ଚର୍ଯ୍ୟ  ହୋଇଯାଇଥିଲେ।

Related posts

ଯାଦୁର ମା’ଭାବେ ଟ୍ରୋଲ ହେଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ

mahabharatanews

ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ

mahabharatanews

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ମନିତ୍‌ ଜୌରା

mahabharatanews