(ଭୁବନେଶ୍ୱର) : ଆଜି ଲୋକାର୍ପିତ ହେବ ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ଯାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ପ୍ରାୟ ୨୧୧ କୋଟି ଟଙ୍କା ଖର୍ଚ୍ଚରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ କରାଯାଇଛି ।
ସୂଚନାନୁଯାୟୀ , ଏହି ବସ୍ଷ୍ଟାଣ୍ଡରେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର, ଆହାରକେନ୍ଦ୍ର, ମିଲେଟ୍ କାଫେ, ରେଷ୍ଟୁରାଣ୍ଟ, ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା,ଏସ୍କାଲେଟ୍ର, ବସ୍ ଟିକେଟ୍ କାଉଣ୍ଟର ରହିଛି । ବସ୍ଷ୍ଟାଣ୍ଡରେ ପଶିବା ପରେ ଯାତ୍ରୀଙ୍କ ଯାଞ୍ଚ ପାଇଁ ହାଇ ସିକ୍ୟୁରିଟି ବ୍ୟାଗେ୍ଜ କାଉଣ୍ଟର ରହିଛି । ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ଷ୍ଟାଣ୍ଡ (BSABT) ବରମୁଣ୍ଡାର କୋଣ ଅନୁକୋଣରେ ହାଇଟେକ୍ ବ୍ୟବସ୍ଥା କରାଯାଇଛି। ଫୁଡ୍ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ଲଗାଯାଇଛି । ଯାତ୍ରୀଙ୍କୁ ସୂଚନା ଲାଗି ଅତ୍ୟାଧୁନିକ ଏଲଇଡି ସ୍କ୍ରିନରେ ବସ୍ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ। ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସର ସମସ୍ତ ବିବରଣୀ ଏହି ଏଲ୍ଇଡି ସ୍କ୍ରିନରେ ପ୍ରଦାନ କରାଯିବ । ବସ୍ଷ୍ଟାଣ୍ଡ ଭିତରେ ହିଁ ମୋ ବସ୍ ସେବା ମିଳିବ । ବସ୍ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଟେକ୍ନୋଲଜିରେ ପରିଚାଳନା କରାଯିବ ।