ଓଡିଶା

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

(ଭୁବନେଶ୍ୱର) :  ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଥିସହ ସେଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ଉଦବୋଧନ ଦେବେ ।

ସୂଚନାନୁଯାୟୀ ,  ଆଜି ସେ ଓଡ଼ିଶାରେ ପ୍ରାୟ ୩ଘଣ୍ଟା ରହିବେ । ଆସନ୍ତା ୫ଦିନ ତାତିରେ ଲାଗିବ ବ୍ରେକ୍ସ, ଏହି ସବୁ ସ୍ଥାନରେ ହେବ ବର୍ଷା କଣ ରହିଛି ସମ୍ପୂର୍ଣ୍ଣ ଗସ୍ତ ବିବରଣୀ- ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନା ଗସ୍ତ ଶେଷ କରି ଅପରାହ୍ନ ୨.୪୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ଏମଆଇ-୧୭ହେଲିକପ୍ଟରରେ ସିଧାସଳଖ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ । ସେଠାରେ ୩.୩୦ରୁ ୪ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରାୟ ୧୯ହଜାର ୬୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ସହ ଓଡ଼ିଶା ପାଇଁ ଅନ୍ୟ କିଛି ସ୍ୱତନ୍ତ୍ର ଘୋଷଣା କରିବାର ସମ୍ଭାବନା ରହିଛି ।

Related posts

ତ୍ରିରଙ୍ଗା ସାଣ୍ଡୱିଚ

mahabharatanews

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ

mahabharatanews

ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

mahabharatanews