ମନୋରଞ୍ଜନ

ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ: ଧୁମ ନାଚିଲେ ସଲମାନ

(ମୁମ୍ବାଇ) : ଭାଇଜାନ ସଲମାନ ଖାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସଲମାନ ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ ସେରିମନିରେ ମଉଜମସ୍ତି କରୁଥିବାର ଏହି ଭିଡ଼ିଓରେ‌ ଦେଖିବାକୁ ମିଳୁଛି।

ସୂଚନାନୁଯାୟୀ , ସଲମାନଙ୍କୁ ନିଜ କୋଳରେ ଉଠାଇ ଧରି ଅମ୍ବାନୀ ପରିବାରର ଛୋଟ ପୁଅ ଅନନ୍ତ ଖୁସିରେ ନାଚୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ବିବାହ କରିବାକୁ ଯାଉଥିବା ଅନନ୍ତ ନିଜ ପାଖରେ ଛିଡ଼ା ହୋଇଥିବା ସଲମାନଙ୍କୁ ଉଠାଇ ନାଚିଥିଲେ। ଏହାପରେ ସଲମାନ ଖୁସିରେ ଅନନ୍ତଙ୍କୁ ଆଲିଙ୍ଗନ କରି ବିବାହ ଅଭିନନ୍ଦନ ଜଣାଉଥିବାର ଦେଖିବାକୁ ମିଳୁଛି। ଏଥିରୁ ଜଣାପଡୁଛି ଅନନ୍ତ ମଧ୍ୟ ତାଙ୍କ ଭଳି ଜଣେ ନିର୍ମଳ ମନ ଥିବା ବ୍ୟକ୍ତିତ୍ବ। ଏବେ ଏହି ଭିଡ଼ିଓ ଭଇରାଲ ହେବା ସହିତ ଏହାକୁ ୟୁଜର ବେଶ୍ ପ୍ରଶଂସା କରୁଛନ୍ତି।

Related posts

ଆସିଲା ଅରୁଣ ଗୋଭିଲଙ୍କୁ ନିମନ୍ତ୍ରଣ 

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ କାଜଲ୍‌ଙ୍କ ମାଆ

mahabharatanews

ସଲମାନ ଓ ତାଙ୍କ ପ୍ରେମକୁ ନେଇ ମୁହଁ ଖୋଲିଲେ ଏଶ୍ୱର୍ଯ୍ୟା

mahabharatanews