ମନୋରଞ୍ଜନ

ପୁନମ୍‌ଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

(ମୁମ୍ବାଇ) : ନିଜ ମୃତ୍ୟୁ ସଂକ୍ରାନ୍ତ ମିଥ୍ୟା କଥା ପ୍ରଚାର କରିଥିବାରୁ ମ‌େଡେଲ୍‌ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ଉପରେ ମୁମ୍ବାଇ ପୁଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଶନିବାର ଦିନ ମହାରାଷ୍ଟ୍ର ବିଧାନ ପରିଷଦ୍‌ର ସଦସ୍ୟ ସତ୍ୟଜିତ ତାମ୍ବେ ଦାବି କରିଛନ୍ତି।

ସୂଚନାନୁଯାୟୀ , ନିଜସ୍ବ ପ୍ରଚାର ବା ନାଁ ପାଇଁ ଏଭଳି କାର୍ଯ୍ୟ ବା କୌଶଳ ଅବଲମ୍ବନ କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟାନ୍ତସ୍ବରୂପ ପାଣ୍ଡେଙ୍କ ନାଁରେ ମାମଲା ରୁଜୁ କରାଯିବା ଉଚିତ। ସର୍ଭିକାଲ୍‌ କର୍କଟରୋଗରେ ପୁନମଙ୍କର ମୃତ୍ୟୁ ଘଟିଛି ବୋଲି ଖବର ପ୍ରସାରିତ ହେବା ପରେ ଏ ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ବିତର୍କ ହୋଇଥିଲା। କିନ୍ତୁ, ଶନିବାର ଦିନ ୩୨ ବର୍ଷୀୟା ପୁନମ ପାଣ୍ଡେ ନିଜେ ଘୋଷଣା କଲେ ଯେ, ସେ ବଞ୍ଚିଛନ୍ତି।

 

Related posts

ରିଲିଜ ପୂର୍ବରୁ ବଦଳିଲା  ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ର ନାମ

mahabharatanews

ଭୋ ଭୋ ହୋଇ କାନ୍ଦିଲେ ଅଭିନେତା ରିତେଶ

mahabharatanews

 ଓସ୍କାର ବିଜୟୀ ଅଭିନେତାଙ୍କ ମୃତ ଦେହ ଉଦ୍ଧାର 

mahabharatanews