ମନୋରଞ୍ଜନ

ସ୍ୱାମୀଙ୍କୁ ଚୁମ୍ବନ ଦେଇ ଚର୍ଚାରେ ନୟନତାରା 

(ମୁମ୍ବାଇ) : ଛାଡପତ୍ର ଚର୍ଚ୍ଚା ମଧ୍ୟରେ ସ୍ୱାମୀଙ୍କୁ ଚୁମ୍ବନ ଦେଲେ ସାଉଥ ସୁପରଷ୍ଟାର ନୟନତାରା । ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିବା ସହ ନୟନତାରା ଯେଉଁ ଷ୍ଟାଟସ ଦେଇଥିଲେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ରେଡିଟରେ କରାଯାଇଥିବା ପୋଷ୍ଟରେ ଦାବି କରାଯାଇଥିଲା ଯେ, ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିଛନ୍ତି ନୟନତାରା। ଏହା ସହ ନୟନତାରା ଷ୍ଟାଟସ ଦେଇଥିଲେ ଯେ, ‘ଆଖିରେ ଲୁହ ଥିଲେ ବି ସେ ସବୁବେଳେ କହିବ ମୁଁ ଏହାର ସାମ୍ନା କରିପାରିବି।’

ସୂଚନାନୁଯାୟୀ , ଜୁନ ୨୦୨୨ରେ ନୟନତାରା, ନିର୍ଦ୍ଦେଶକ ବିଗ୍ନେଶ ଶିବନଙ୍କୁ ବିବାହ କରିଥିଲେ। ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଥିଲେ। ବିବାହର ଚାରି ମାସ ପରେ ଅକ୍ଟୋବର ୯‌ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ବିଗ୍ନେଶ।

Related posts

ଫିଲ୍ମ ‘ଦ କେରଳ ଷ୍ଟୋରି’କୁ କରଛାଡ଼ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଭାଇରଲ ହେଲା ଦୀପିକାଙ୍କର ବେବି ବମ୍ପ ଫୋଟୋ

mahabharatanews

ଅଭିନେତା ପ୍ରକାଶ ରାଜ୍‌ଙ୍କୁ ଇଡି ସମନ 

mahabharatanews