ଭାରତ

ସୁପ୍ରିମକୋର୍ଟରେ ଅଯୋଗ୍ୟ ଘୋଷିତ ହିମାଚଳ କଂଗ୍ରେସର ୬ ବିଧାୟକ

(ହିମାଞ୍ଚଳ) : ହିମାଚଳ ପ୍ରଦେଶର ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ବିଧାୟକମାନେ ବାଚସ୍ପତିଙ୍କ ଅଯୋଗ୍ୟତା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ବିଧାନସଭାରେ ବଜେଟ୍ ସମୟରେ ଅନୁପସ୍ଥିତ ଥିବା ଦର୍ଶାଇ ବାଚସ୍ପତି ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।

 

ସୂଚନାନୁଯାୟୀ , ରାଜ୍ୟସଭା ନିର୍ବାଚନରେ ଏହି ୬ ଜଣ କଂଗ୍ରେସ ବିଧାୟକ କ୍ରସ୍ ଭୋଟ୍ ଦେଇଥିଲେ, ଯେଉଁଥିପାଇଁ ବିଜେପିର ହର୍ଷ ମହାଜନ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ବିଧାୟକମାନେ ବିଜେପି ସପକ୍ଷରେ ବୟାନ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ବିଧାୟକମାନଙ୍କ କ୍ରସ୍ ଭୋଟିଂ ପରେ ରାଜ୍ୟର ସୁଖବିନ୍ଦର ସିଂହ ସୁଖୁ ସରକାର ଉପରେ ସଙ୍କଟର ବାଦଲ ସୃଷ୍ଟି ହୋଇଥିଲା। ଏଥିସହିତ କଂଗ୍ରେସ ଭିତରେ ଥିବା ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଆଶାନୁରୂପ ଭାବେ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି ।

Related posts

ଅଗଷ୍ଟ ୨୬ରେ ସରୁଛି ସିଜେଆଇ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ

mahabharatanews

ଦିଲ୍ଲୀ ବିଶ୍ବର ସବୁଠୁ ଖରାପ ବାୟୁଗୁଣବତ୍ତା ରାଜଧାନୀ

mahabharatanews

ଆସୁଛନ୍ତି ରାଷ୍ଟ୍ରପତି, ବ୍ୟବସ୍ଥାର ଅନୁଧ୍ୟାନ କଲେ ୫ଟି ସଚିବ

mahabharatanews