ଓଡିଶା

୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌

(କେନ୍ଦୁଝର) : ୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ – କେନ୍ଦୁଝରଗଡ଼ ଏବଂ ପୁରୀ- ଆନନ୍ଦ ବିହାର ଏକ୍ସପ୍ରେସ୍‌ ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି। ତେବେ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ।

ସୂଚନାନୁଯାୟୀ , କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ୍‌ ପୁରୀଠାରୁ ୯ ତାରିଖରୁ ଏବଂ ଆନନ୍ଦ ବିହାରରୁ ୧୦ ତାରିଖରୁ କାର୍ଯ୍ୟକାରୀ ହେବ। ୦୮୪୦୬/୦୮୪୦୫ ପାରାଦୀପ-କେନ୍ଦୁଝରଗଡ଼-ପାରାଦୀପ ମେମୁ ପାସେଞ୍ଜର ସ୍ପେଶାଲ ପାରାଦୀପଠାରୁ ଭୋର୍‌ ୫ଟା ୩୦ରେ ଛାଡି କେନ୍ଦୁଝରଗଡ଼ରେ ୧୧ଟା ୨୫ ମିନିଟ୍‌ରେ ପହଞ୍ଚତ୍ବ। ଫେରିବା ମାର୍ଗରେ ଏହି ଟ୍ରେନ କେନ୍ଦୁଝରଗଡ଼ଠାରୁ ଅପରାହ୍ନ ୪ଟା ୩୦ରେ ଛାଡି ପାରାଦୀପରେ ରାତି ୯ଟା ୩୦ରେ ପହଞ୍ଚବ। ଏହି ଟ୍ରେନ୍‌ ପାରାଦୀପ ଓ କେନ୍ଦୁଝରଗଡ଼ ମଧ୍ୟରେ ସିଜୁ, ନୂଆଗାଓଁ, କଳାଘର, ମାର୍ଶାଘାଇ ରୋଡ୍‌, କେନ୍ଦ୍ରାପଡା, ବାଜିପଡା, ଲଲିତଗିରି, ଉଦୟଗିରି ରତ୍ନଗିରି ରୋଡ୍‌, ଚଣ୍ଡିଖୋଲ, ହରିଦାସପୁର, ନୂଆଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ ପିଏଚ୍‌, ଯଖପୁରା, ଯାଜପୁର କେନ୍ଦୁଝର ରୋଡ୍‌, ସୁକିନ୍ଦା ରୋଡ୍‌, ବାଘୁଆପାଳ, ଟମ୍‌କା, ଟାଙ୍ଗିରିଆପାଲ, ସଗଡପଟା, ଚିଲିକଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ୱର, ସୀତାବିଞ୍ଜ, ବସନ୍ତପୁର ଏବଂ ନରଣପୁର ଷ୍ଟେଶନରେ ଉଭୟ ପାର୍ଶ୍ୱରୁ ରହଣି କରିବ।

Related posts

ସ୍କୁଲ ଫି ଲାଗି ପିଲା ବନ୍ଦୀ ପ୍ରସଙ୍ଗ

mahabharatanews

ସର୍ଦାର ପଟେଲଙ୍କ 150 ତମ ଜନ୍ମବାର୍ଷିକୀ ଆବସରରେ ଏକତା ଯାତ୍ରା

mahabharatanews

କର୍ଣ୍ଣାଟକରୁ ଖସି ଆସିଲେ ୪୨ ନିର୍ଯାତିତ ଶ୍ରମିକ

mahabharatanews