ଭାରତ

ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

(ଛତିଶଗଡ଼) : ଓଡିଶା ସୀମାନ୍ତ ଛତିଶଗଡ଼ ବିଜାପୁରଠାରେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ  । ବିଜେପି ନେତା କୈଳାଶ ନାଗଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି  । ତେବେ ଅପହରଣ ପରେ ମାଓବାଦୀମାନେ କୈଳାଶଙ୍କୁ ହତ୍ୟା କରିଥିଲେ ।  ତେବେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ।

ସୂଚନାନୁଯାୟୀ , ଗତକାଲି ବିଜାପୁର କୋଟମେଟା ଗାଁରୁ କୈଳାଶଙ୍କୁ ଉଠାଇ ନେଇଥିଲେ ମାଓବାଦୀ। ଆଉ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଘଟଣାସ୍ଥଳରେ ଗୋଟିଏ ଜେସିବି ପୋଡିବା ସହ ଗତକାଲି ସନ୍ଧ୍ୟାରେ ମାଓବାଦୀମାନେ ଏହି କାଣ୍ଡ କରିଥିବା ଜଣାପଡିଛି ।  ବିଜାପୁର ବିଜେପି ବ୍ୟବସାୟୀ ପ୍ରକୋଷ୍ଠର କୈଳାଶ ଉପାଧ୍ୟକ୍ଷ ଥିଲେ ।

Related posts

ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

mahabharatanews

ଚାଷୀ ଆନ୍ଦୋଳନ; ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ 

mahabharatanews

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

mahabharatanews