ଓଡିଶା

ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା 

(ଭୁବନେଶ୍ୱର) : ରାଜ୍ୟରେ ହାଲୁକା ବର୍ଷା ହେଉଛି । ରାଜ୍ୟର କେତେକ ଅଞ୍ଚଳରେ ହାଲୁକା ବର୍ଷା ହେଉଥିବା ସହ ଅନ୍ୟ କେତେକ ଅଞ୍ଚଳରେ ଘଡ଼ଘଢ଼ି ସହ ବର୍ଷା ହୋଇଛି । ଏପରିକି ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ଜାରି ରହିବ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନାନୁଯାୟୀ , ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ପାଗ ଜାରି ରହିବ । ବିଶେଷ କରି ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢୁଥିବାରୁ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଆକାଶ ମେଘୁଆ ରହିବା ସହ ଅପରାହ୍ନରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ଏହାସହ କଟକ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁରରେ ମଧ୍ୟମ ଧରଣର ବର୍ଷା ହେବ । ଏହା ପରେ ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କଟକରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି । ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବକି ଠାରୁ କମ୍ ରହିଛି ।

Related posts

ରୋଷେଇ ବେଳେ ଅଗ୍ନିକାଣ୍ଡ, ମହିଳା ଜୀବନ୍ତ ଦଗ୍ଧ

mahabharatanews

ରାଜ୍ୟରେ କରୋନା  ସଂକ୍ରମଣ ବଢିଛି ;  ୨୬୦ ଜଣ କରୋନା  ପଜିଟିଭ ଚିହ୍ନଟ

mahabharatanews

ଡାକ୍ତରଖାନାମାନଙ୍କୁ ବିଏମସିର ନିର୍ଦ୍ଦେଶ, କୋଭିଡ ପାଇଁ ପ୍ରସ୍ତୁତ ରୁହ

mahabharatanews