ଓଡିଶା

କୁନୋ ଜାତୀୟରେ ୫ନୂଆ ଅତିଥି

(ଦିଲ୍ଲୀ) : ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତାବାଘ ଗାମିନି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଛୁଆ ଜନ୍ମ ଦେଇଛି। ଫଳରେ ଏହି ଉଦ୍ୟାନରେ ମୋଟ ବାଘ ସଂଖ୍ୟା ୨୬ରେ ପହଞ୍ଚିଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଆଫ୍ରିକା ମହାଦେଶର ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରୁ ଆସିଥିବା ଚିତାଗୁଡ଼ିକ ଭାରତରେ ବର୍ତ୍ତମାନ ସୁଦ୍ଧା ୧୩ଟି ଛୁଆ ଜନ୍ମ ଦେଲେଣି। ତେବେ ପୂର୍ବରୁ ନାମିବ୍ୟା ଚିତା ଛୁଆ ଜନ୍ମ ଦେଇଥିବାବେଳେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଛୁଆ ଜନ୍ମ ଦେଇଛି। ଦକ୍ଷିଣ ଆଫ୍ରିକାର ସ୍ବାଲୁ କଲାହାରି ସଂରକ୍ଷିତ ଜଙ୍ଗଲରୁ ଉକ୍ତ ଚିତାବାଘ ଗାମିନିକୁ ଭାରତ ଅଣାଯାଇଥିଲା। ନାମିବ୍ୟାରୁ ଆସିଥିବା ଚିତା ଜ୍ବାଲା ଗତବର୍ଷ ମାର୍ଚ୍ଚରେ ୪ଟି ଛୁଆ ଜନ୍ମ ଦେଇଥିଲା। କିନ୍ତୁ ସେଥିରୁ ଗୋଟିଏ ଛୁଆ ବଞ୍ଚିଥିଲା ଓ ଅତ୍ୟଧିକ ତାପମାତ୍ରା ଯୋଗୁ ୩ଟିର ମୃତ୍ୟୁ ହୋଇଥିଲା। ଚଳିତବର୍ଷ ଜାନୁଆରିରେ ଜ୍ବାଲା ୪ଟି ଛୁଆ ଜନ୍ମ ଦେଇଛି।

Related posts

ଆରମ୍ଭ ହେଲା ରାଜଧାନୀରେ ଆଦିବାସୀ ମେଳା

mahabharatanews

ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା , ୪ ଓଡ଼ିଆ ମୃତ

mahabharatanews

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ୧୮ରେ ଯାଞ୍ଚ

mahabharatanews