ଓଡିଶାଭାରତରାଜନୀତି

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯାହାକୁ ନେଇ ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍‌ରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ମିଳିନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ, ଡବଲ ଇଞ୍ଜିନ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ପାଇଁ ଅତିରିକ୍ତ ଆବଣ୍ଟନ ଉପରେ ଧ୍ୟାନ ଦେଇ ଅଭିବୃଦ୍ଧି ଗତି ପ୍ରଦାନ କରିବ। ରାଜ୍ୟକୁ ବହୁତ କମ୍ ମିଳିଛି। ମୁଁ ଓଡ଼ିଶାରେ ରେୟାର ୟାର୍ଥ କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସ୍ବାଗତ କରୁଛି। ଓଡ଼ିଶା ଅନେକ ପ୍ରମୁଖ ଖଣିଜ ପଦାର୍ଥର ଅଗ୍ରଣୀ ଉତ୍ପାଦକ ଏବଂ ଏହାର ସମୃଦ୍ଧ ସମ୍ପଦ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସର୍ବଦା ଯୋଗଦାନ ଦେବ।

ଏହାସହ ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ପୁଣି ଥରେ ଜାତୀୟ ଜଳପଥ ଘୋଷଣା କରାଯାଇଛି। ଯାହା ଏକ ଦଶନ୍ଧି ପୁରୁଣା ପ୍ରସ୍ତାବ ଯାହା ଭୂମିରେ କୌଣସି ଅଗ୍ରଗତି ନାହିଁ। ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ନିରାଶା ଯେ, ସହର ଗୁଡ଼ିକ ମଧ୍ୟରେ ୭ଟି ହାଇ-ସ୍ପିଡ୍ ରେଳ କରିଡରକୁ ‘ବୃଦ୍ଧି ସଂଯୋଗକାରୀ’ ଭାବରେ ବିକଶିତ କରିବାର ଘୋଷଣାରେ ଓଡ଼ିଶା ସ୍ଥାନ ପାଇନାହିଁ। ଓଡ଼ିଶା ଭାଜପା ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ହଟାଇ ଦେଇଥିଲା ଏବଂ ଲୋକଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପୂର୍ବପରି ଜାରି ରହିଛି ଏବଂ ଏହା ବହୁତ ଆଶ୍ଚର‌୍ୟ୍ୟଜନକ ଯେ ପର୍ଯ୍ୟଟନ କେନ୍ଦ୍ରିକ ବୌଦ୍ଧ ସର୍କିଟ ବିକାଶ ଯୋଜନା ଆମର ଡାଇମଣ୍ଡ ଟ୍ରାଏଆଙ୍ଗେଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ସ୍ଥଳୀ ଥିବା ସତ୍ତ୍ୱେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦେଇଛି। କେନ୍ଦ୍ରୀୟ ବଜେଟର ସମ୍ପୂର୍ଣ୍ଣ ବିବରଣୀରୁ ଦେଖାଯାଉଛି ଯେ, ଓଡ଼ିଶା କେବଳ ଏହାର ପ୍ରାକୃତିକ ସମ୍ପଦ ଛଡ଼ାଇ ନେବା ପାଇଁ ବ୍ୟୟବରାଦ ପାଉଛି ଏବଂ ରାଜ୍ୟର ଲୋକଙ୍କ ସୁବିଧା ପାଇଁ ସମ୍ପଦ ବଣ୍ଟନ କ୍ଷେତ୍ରରେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି।

Related posts

ବିଚ୍ଛିନ୍ନାଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ: ପ୍ରଥମ କରି ·ଲିଲା ୱାଟର ଅ ।ମ୍ବୁଲାନ୍ସ

mahabharatanews

ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

mahabharatanews

 ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା 

mahabharatanews