ଓଡିଶା

ବିଜେପିରେ ମିଶିଲେ ଅରିନ୍ଦମ

(ଭୁବନେଶ୍ୱର) : ପଦ୍ମ ଧରିଲେ ଅରିନ୍ଦମ । ଗତକାଲି ବିଜେଡ଼ି ଛାଡିଥିବା ଅରିନ୍ଦମ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ଗୋପାଳପୁର ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ ପ୍ରମୁଖ ଉପସ୍ଥିତି ଥିଲେ । ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭିଣୋଇ ଅରିନ୍ଦମ ରାୟ, ବିଜେଡି ଛାଡିବାକୁ ନେଇ କଟକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା ।

ସୂଚନାନୁଯାୟୀ , ସେହିପରି କିଛି ମାସ ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ଅରିନ୍ଦମ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ । ଦଳ ଯଦି ତାଙ୍କୁ ଆବଶ୍ୟକ କରୁନାହିଁ, ତେବେ ସେ ଦଳରେ କାହିଁକି ରହିବେ ବୋଲି କହିଥିଲେ । ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଅରିନ୍ଦମ ବିଜେଡି ଛାଡି ପାରନ୍ତି । ବିଜେପିରେ ମିଶିବା ପରେ ବିଜେଡିକୁ ଟାର୍ଗେଟ କଲେ ଅରିନ୍ଦମ । ସେଠି ଆଉ କାମ କରିବାର ସୁଯୋଗ ନାହିଁ ବୋଲି କହିଲେ ।

Related posts

ରାଜ୍ୟପାଳଙ୍କ ନିକଟରେ ଅଯୋଧ୍ୟାରୁ ନିମନ୍ତ୍ରଣ 

mahabharatanews

ବେକାବୁ ଡେଙ୍ଗୁ ଆତଙ୍କ; ରାଜଧାନୀରେ ହଜାରେ ପାର 

mahabharatanews

ଜୀବନ ବିକଳରେ ସାଇକେଲରେ ୧୬୦୦ କିମି ଅତିକ୍ରମ କଲେ ପ୍ରାବାସୀ

mahabharatanews