ମନୋରଞ୍ଜନ

‘ଭୁଲ୍‌ ଭୁଲେୟାଁ ୩’ରେ ନଜର ଆସିବେ ତୃପ୍ତି

(ମୁମ୍ବାଇ) : ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’ରେ ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଥିଲେ ବି ଲାଇମ୍‌ଲାଇଟ୍‌ ଚୋରାଇବାରେ ସଫଳ ହୋଇଥିଲେ ତୃପ୍ତି ଡିମ୍‌ରି। ନିଜର ସୌନ୍ଦର୍ଯ୍ୟ ଓ ଅଭିନୟର ଯାଦୁରେ ଖୁବ୍‌ କମ୍‌ ସମୟରେ ସେ ଦର୍ଶକଙ୍କ ମନର ରାଣୀ ସାଜିଗଲେ। ତୃପ୍ତି ଆଗକୁ ‘ଭୁଲ୍‌ ଭୁଲେୟାଁ ୩’ରେ ନଜର ଆସିବେ। ଏଥିରେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନଙ୍କ ନାୟିକା ସାଜିବେ।

ସୂଚନାନୁଯାୟୀ , ତୃପ୍ତିଙ୍କର ଏହି ‌ଲୋକପ୍ରିୟତା ତାଙ୍କୁ ଆର୍ଥିକ ସ୍ତରରେ ବି ସହାୟ ‌ହେଉଛି। କାହିଁକି ନା, ‘ଆନିମଲ୍‌’ ପରେ ନିଜର ପାରିଶ୍ରମିକକୁ ଦ୍ବିଗୁଣ ବଢ଼ାଇ ଦେଇଛନ୍ତି ଅଭିନେତ୍ରୀ। ଶୁଣିବାକୁ ମିଳୁଛି ଯେ ଲୋକପ୍ରିୟତା ବୃଦ୍ଧି ହେବା ସହ ତୃପ୍ତି ନିଜର ପାରିଶ୍ରମିକ ବୃଦ୍ଧି କରିବାକୁବି ଦାବି କରିଥିଲେ।

Related posts

ମା ବନିବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ ରୁବିନା ଦିଲେକ 

mahabharatanews

ଦିଦିଙ୍କୁ ଭେଟିଲେ ଭାଇଜାନ

mahabharatanews

ସଲମାନ ଓ ତାଙ୍କ ପ୍ରେମକୁ ନେଇ ମୁହଁ ଖୋଲିଲେ ଏଶ୍ୱର୍ଯ୍ୟା

mahabharatanews