ଭାରତ

ଜୁନ୍ ୨ରେ ପ୍ରକାଶ ପାଇବ ଏହି ୨ଟି ରାଜ୍ୟର ନିର୍ବାଚନ ଫଳ

(ଅରୁଣାଚଳ ପ୍ରଦେଶ) :  ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳ ତାରିଖରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଶନିବାର ନିର୍ବାଚନ ଆୟୋଗ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ସହ ଜୁନ୍ ୪ ତାରିଖରେ ଲୋକସଭା ଓ ୪ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି କହିଛନ୍ତି। କିନ୍ତୁ ଏବେ ଏହା ବଦଳି ବିଧାନସଭା ନିର୍ବାଚନ ଫଳାଫଳ ଜୁନ୍ ୨ରେ ପ୍ରକାଶ ପାଇବ ବୋଲି ସ୍ୱଷ୍ଟ ହୋଇଛି ।

ସୂଚନାନୁଯାୟୀ , ଏହାର କାରଣ ହେଉଛି ଏହି ୨ଟି ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଜୁନ ୨ରେ ହିଁ ଶେଷ ହେଉଛି । ଏହି କାରଣରୁ ଗଣତି ତାରିଖ ବଦଳାଯାଇଛି । ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବ। ଏପ୍ରିଲ ୧୯ତାରିଖରେ ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଉଭୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଗୋଟିଏ ଦିନରେ ମତଦାନ ହେବ ।

Related posts

ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ସବୁଠାରୁ ଅଧିକ ସମୟ ପାଇଁ ଥିଲେ ନୀତିଶ, କିନ୍ତୁ ମାତ୍ର ପାଞ୍ଚ ଦିନ ପାଇଁ କିଏ ମୁଖ୍ୟମନ୍ତ୍ରୀ ଥିଲେ? ସମ୍ପୂର୍ଣ୍ଣ ତାଲିକା।

mahabharatanews

ଆଜି ଶପଥ ନେବେ ଆପ୍ ନେତା ସଞ୍ଜୟ ସିଂ

mahabharatanews

ପ୍ରକାଶ ପାଇଲା କଂଗ୍ରେସର ସପ୍ତମ ପ୍ରାର୍ଥୀ ତାଲିକା 

mahabharatanews