ଓଡିଶା

ବଜ୍ରପାତରେ ଜୀଅନ୍ତା ଜଳିଗଲେ ଯୁବକ  

(ବାଲେଶ୍ଵର) : ବଜ୍ରପାତ ନେଲା ଜୀବନ । ଜୀଅନ୍ତା ଜଳିଗଲେ ଜଣେ ଯୁବକ ଏବଂ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଆଜି ସକାଳୁ ସକାଳୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଥିଲା । ବଜ୍ରପାତରେ ଏକ ଚାଳ ଘର ସହ ଜୀଅନ୍ତା ଜଳିଯାଇଛନ୍ତି ଯୁବକ ।

ସୂଚନାନୁଯାୟୀ , ଏଥିସହ ବଜ୍ରପାତରେ ଜଣେ ମହିଳା ଗୁରୁତର ହୋଇ ପଡ଼ିଛନ୍ତି ।  ମୃତ ଯୁବକଜଣକ ହେଲେ ଭୋଗରାଇର ଟୁକୁରି ହାଜିରା ପଞ୍ଚାୟତର ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ ପରମାଣିକ । ଉକ୍ତ ସମୟରେ ହଠାତ୍‌ ବଜ୍ରପାତ ମାରିବାରୁ ଘର ସହ ଜୀଅନ୍ତା ଜଳି ଯାଇଥିଲେ ରଞ୍ଜନ । ଆଜି ସକାଳେ ବଜ୍ରପାତ ମାରୁଥିବା ସମୟରେ ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ବୋହୂ ମୋବାଇଲ ବ୍ୟବହାର କରୁଥିଲେ । ଉକ୍ତ ସମୟରେ ବଜ୍ରଘାତରେ ସର୍ଟସର୍କିଟ ଯୋଗୁ ସେ ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ରଥଯାତ୍ରା ପ୍ରସ୍ତୁତି: ସରିଲା ୩ରଥର ଚକ ନିର୍ମାଣ କାର୍ଯ୍ୟ 

mahabharatanews

କାଲିମେଳା ଥାନା ଅଧିକାରୀଙ୍କ ଗୀତ ଥିଲା ଆକର୍ଷଣ…

mahabharatanews

ନବୀନ ନିବାସରେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ‌ବ୍ଲେୟାର 

mahabharatanews