ଓଡିଶା

କଡ଼ାକଡ଼ି ଟ୍ରାଫିକ ବ୍ୟବସ୍ଥା; ନିୟମ ଭାଙ୍ଗିଲେ ସିଧାସଳଖ କୋର୍ଟଚାଲାଣ

(ଭୁବନେଶ୍ୱର) : ଅମାନିଆଙ୍କ ପାଇଁ କଡ଼ା କଡ଼ି ହେଉଛି ଟ୍ରାଫିକ ବ୍ୟବସ୍ଥା। । ଟ୍ରାଫିକ୍‌ ସିଗନାଲ୍‌ ଡେଇଁ ଖସିଯିବା ଆଉ ସହଜ ହେବନି। କେବଳ ସେତିକି ନୁହେଁ ନାକେଦମ ହେବା ସହ ତଣ୍ଡ ବି ଗଣିବେ। ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଏପରି କଡ଼ା ନିୟମ କରିଛି ଭୁବନେଶ୍ୱର ଟ୍ରାଫିକ ପୁଲିସ୍‌ । ରାଜଧାନୀରେ ଟ୍ରାଫିକ ପୋଷ୍ଟର ରେଡ୍ ସିଗ୍ନାଲ ଡେଇଁଲେ କେବଳ ଯେ ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ ବା DL ବାତିଲ୍ ହେବ ତା ନୁହେଁ, ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ କରାଯିବ। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ ଏପରି ନୂଆ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୁଲିସ୍‌। ଏହି କ୍ରମରେ ଅଭ୍ୟାସଗତ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ରାଜଧାନୀର ପ୍ରବେଶ ପଥ ତଥା ଜନଗହଳିପୂର୍ଣ୍ଣ ଟ୍ରାଫିକ ଛକରେ ପ୍ରଥମେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି।

Related posts

ଜୁନ୍‌ରେ ନକ୍ସଲ ବିରୋଧୀ ଅଭିଯାନ

mahabharatanews

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର

mahabharatanews

ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ

mahabharatanews