ଭାରତ

ଆଜି ବସିବ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

(ଦିଲ୍ଲୀ) : ଆଜି ଦିଲ୍ଲୀରେ ବିଜେପିର ସିଇସି ଅର୍ଥାତ୍ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି । ଏଥିରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବ । ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସୂଚନାନୁଯାୟୀ , ଓଡ଼ିଶା ସମେତ ୮ ରାଜ୍ୟର ଲୋକସଭା ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି । ତେବେ ମେଣ୍ଟ ଚର୍ଚ୍ଚା ଭିତରେ ଯେଉଁ ଯେଉଁ ଆସନ ବିଜେପି ଭାଗରେ ପଡିବା ଏକ ପ୍ରକାର ନିଶ୍ଚିତ ସେହି, ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ଏପଟେ କିନ୍ତୁ ବିଜେପି ବିଧାୟକ କହିଛନ୍ତି, ଆମେ ୧୪୭ ବିଧାନସଭା ଓ ୨୧ ଲୋକସଭା ପାଇଁ ପ୍ରସ୍ତୁତ ହେଉଛି । ପ୍ରାର୍ଥୀଙ୍କ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହେଉଛି । ତେବେ ପ୍ରାର୍ଥୀ ତାଲିକା ଯେତେ ବିଳମ୍ବ ହେବ, ମେଣ୍ଟ ଚର୍ଚ୍ଚା ସେତେ ଅଧିକ ହେବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ତେଣୁ, ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ନେତାଙ୍କ ନାଁ ଘୋଷଣା ହେଉଛି କି ଆହୁରି ବିଳମ୍ବ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

Related posts

କୋର୍ଟରେ ହାଜର ହେବାକୁ ବାବା ରାମଦେବଙ୍କୁ ନିର୍ଦ୍ଦେଶ

mahabharatanews

୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ

mahabharatanews

ଆଜି ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗିର ଯିବେ ମୋଦି 

mahabharatanews