ଓଡିଶା

ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଲକ୍ଷାଧିକ ଚୋରି

(ନୟାଗଡ଼) : ମନ୍ଦିରରେ ଠାକୁରଙ୍କ ସମ୍ପତ୍ତି ବି ଛାଡ଼ିଲେନି । ଲୁଟିନେଲେ ଦାନ ଟଙ୍କା ସହ ସୁନା ଗହଣା । ନୟାଗଡ଼ର ଫତେଗଡ଼ ରାମମନ୍ଦିରରୁ ଚୋରି ହୋଇଥିବା ଜଣାଯାଇଛି ।

ସୂଚନାନୁଯାୟୀ ,  ନୟାଗଡ଼ ଫତେଗଡ଼ ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ନଗଦ ୮ ଲକ୍ଷ ଟଙ୍କା ସହିତ ୧୫ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି । ଅଭିଯୋଗ ପରେ ଫତେଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଆଜି ସକାଳେ ମନ୍ଦିର ପୂଜାରି ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏହାସହ ମନ୍ଦିର ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିଥିଲେ । ହୁଣ୍ଡିରେ ଭକ୍ତଙ୍କ ଦାନରେ ମିଳିଥିବା ଟଙ୍କା, ସୁନା, ରୁପା ଏବଂ ଅନ୍ୟାନ୍ୟ ଜିନିଷକୁ ଦୁର୍ବୃତ୍ତ ମାନେ ଲୁଟିନେଇଛନ୍ତି ।

Related posts

ଆଜି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ସ୍କିଲ କନକ୍ଳେଭ 2023.

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳେ ରହିଛି ,ଗତ ୨୪ ଘଣ୍ଟା ମଧ୍ୟରେ ୬୬୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଓଡ଼ିଶାରେ ସଚିନ ପାଇଲଟ

mahabharatanews