ଓଡିଶା

ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଲକ୍ଷାଧିକ ଚୋରି

(ନୟାଗଡ଼) : ମନ୍ଦିରରେ ଠାକୁରଙ୍କ ସମ୍ପତ୍ତି ବି ଛାଡ଼ିଲେନି । ଲୁଟିନେଲେ ଦାନ ଟଙ୍କା ସହ ସୁନା ଗହଣା । ନୟାଗଡ଼ର ଫତେଗଡ଼ ରାମମନ୍ଦିରରୁ ଚୋରି ହୋଇଥିବା ଜଣାଯାଇଛି ।

ସୂଚନାନୁଯାୟୀ ,  ନୟାଗଡ଼ ଫତେଗଡ଼ ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ନଗଦ ୮ ଲକ୍ଷ ଟଙ୍କା ସହିତ ୧୫ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି । ଅଭିଯୋଗ ପରେ ଫତେଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଆଜି ସକାଳେ ମନ୍ଦିର ପୂଜାରି ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏହାସହ ମନ୍ଦିର ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିଥିଲେ । ହୁଣ୍ଡିରେ ଭକ୍ତଙ୍କ ଦାନରେ ମିଳିଥିବା ଟଙ୍କା, ସୁନା, ରୁପା ଏବଂ ଅନ୍ୟାନ୍ୟ ଜିନିଷକୁ ଦୁର୍ବୃତ୍ତ ମାନେ ଲୁଟିନେଇଛନ୍ତି ।

Related posts

ବାଇକ ସହ ମୁହାଁମୁହିଁ ଧକ୍କା, ୨ ଜଣଙ୍କ ମୃତ୍ୟୁ

mahabharatanews

ଶାରଳା ମନ୍ଦିରରେ ନୂଆ ନିୟମ ; ମନ୍ଦିର ଭିତରକୁ ମୋବାଲଇ ମନା

mahabharatanews

୪ ଦିନ ବିଳମ୍ବରେ ଆସିବ ମୌସୁମୀ

mahabharatanews